ଜାନୁଆରୀ ୧୨ରୁ ଝାଡସୁଗୁଡାରୁ ଉଡିବ ସ୍ପାଇସେଜେଟ

ଜାନୁଆରୀ ୧୨ରୁ ଝାଡସୁଗୁଡାରୁ ଉଡିବ ସ୍ପାଇସେଜେଟ

ଜାନୁଆରୀ ୧୨ରୁ ଝାଡସୁଗୁଡାରୁ ଉଡିବ  ସ୍ପାଇସେଜେଟ
ଭୁବନେଶ୍ୱର: ଜାନୁଆରୀ ୧୨ରୁ ଝାଡସୁଗୁଡାରୁ ଉଡିବ ସ୍ପାଇସେଜେଟ । ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ଯାତ୍ରା କରିବ ଏହି ସ୍ପାଇସଜେଟ । ଏ ନେଇ ବେସାମରିକ ବିମାନ ଚଳାଚଳର ଯୁଗ୍ମ ସଚିବ ଟ୍ୱିଟ କରି ସୂଚନା ଦେଇଛନ୍ତି । ବିମାନ ଉଡାଣ ଦ୍ୱାରା ପଶ୍ଚିମ ଓଡିଶାର ଅର୍ଥନୀତି ସୁଦୃଢ ହେବ । ପଶ୍ଚିମ ଓଡିଶାବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । ପ୍ରକାଶଯେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ - ଝାରସୁଗୁଡା - ବେଙ୍ଗାଲୁର ମଧ୍ୟରେ ବିମାନ ସେବା ଆରମ୍ଭ ହେବ ।ଏଥିପାଇଁ ସ୍ପାଇସ ଜେଟ ୫ ତାପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଏହି ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସଜେଟ ସୂତ୍ରରୁ ଜଣାଯାଇଛି । ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ । ମଙ୍ଗଳବାର , ଗୁରୁବାର , ଶନିବାର ଓ ରବିବାର ଦିନ ଏହି ରୁଟରେ ବିମାନ ଉଡାଣ କରିବ ।