ଜମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆଜି ୪ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ସେନା । ଦୁଇଟି ପୃଥକ ଏନକାଉଣ୍ଟରରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆଁ ଏବଂ ପୁଲୱାମାରେ ଏହି ଦୁଇ ଏନକାଉଣ୍ଟର ହୋଇଥିଲା । ସୋପିଆଁର ମେହ୍ଲୁରା ଏବଂ ପୁଲୱାମାର ଜେନପୋରାରେ ଘଟିଥିବା ଏନକାଉଣ୍ଟରରେ ଦୁଇ ଜଣ ଲେଖାଏଁ ଆତଙ୍କୀ ପ୍ରାଣ ହରାଇଥିଲେ । ସୋପିଆଁରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇଟି ଏକ ୪୭ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି । ଦୁଇ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ସୋପିଆଁ ଜିଲ୍ଲାର ମେଲହୋରାରେ ଆତଙ୍କୀ ମାନେ ଲୁଚି ରହିଥିବାର ଖବର ମିଳିଥିଲା । ଖବର ପାଇ ସୁରକ୍ଷା ବଳ ଅଧିକାରୀ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିିଥିଲେ । ଲୁଚି ରହିଥିବା ଆତଙ୍କୀ ମାନେ ସେନା ଉପରକୁ ଗୁଳି ଚଳାଇବା ପରେ ପାଲଟା ଗୁଳି ଚାଳନାରେ ନିହତ ହୋଇଥିଲେ ।