ଜମ୍ମୁ କାଶ୍ମୀରର ପାଇଁ ବିରୋଧୀ ଦଳ ଏକାଠି

ଜମ୍ମୁ କାଶ୍ମୀରର ପାଇଁ ବିରୋଧୀ ଦଳ ଏକାଠି

ଜମ୍ମୁ କାଶ୍ମୀରର ପାଇଁ ବିରୋଧୀ ଦଳ ଏକାଠି
ଶ୍ରୀନଗର : ରାଜନୀତି ଏମିତି ଏକ ସ୍ଥାନ ଯେଉଁଠି ବିରୋଧୀ ମଧ୍ୟ ଏକ ହୋଇ ଯାଇଥାନ୍ତି । ଏହାର ଆଉ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀର ସ୍ୱତନ୍ତ୍ର ମାନ୍ୟତା ଦାବିରେ ଆଜି ଏକତ୍ର ହୋଇଛନ୍ତି ସମସ୍ତ ବିରୋଧୀ ଦଳର ନେତା । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଏହାକୁ ପୁନଃଅବସ୍ଥାପିତ କରିବା ପାଇଁ ପିଡିପିର ମେହବୁବା ମୁଫତି, ଏନସିର ଫାରୁକ ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନ, ଜାଭେଦ ମିର ଏବଂ ସିପିଆଇ ଏମ ନେତା ୟୁସୁଫ ଟାରିଗାମୀ ଏକତ୍ର ହୋଇଥିଲେ । ପ୍ରାୟ ୨ ଘଣ୍ଟା ଧରି ଏହି ନେତାମାନଙ୍କ ମଧ୍ୟରେ ବୈଠକ ହୋଇଥିଲା ଏବଂ ମେଣ୍ଟର ନାମ ମଧ୍ୟ ଘୋଷଣା କରାଯାଇଥିଲା । ଏହି ମେଣ୍ଟର ନାମ ପିପୁଲ୍ସ ଆଲାଏନ୍ସ ଫର ଗୁପକାର ଡିକଲାରେସନ ରଖାଯାଇଛି ।