ଜୁଡିସିଆଲ ନୂଆ କମ୍ପ୍ଲେକ୍ସ ଉଦଘାଟନ ପୂର୍ବରୁ ନାଗ ସାପ ଉଦ୍ଧାର
ଖୋର୍ଦ୍ଧା ଜିଲ୍ଲା ଜୁଡ଼ିସିଆଲ ନୂଆ କମ୍ପ୍ଲେକ୍ସ ଉଦଘାଟନ ପୂର୍ବରୁ ନାଗ ସାପ ଉଦ୍ଧାର। ଦୁଇ ଫୁଟର ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଆଜି ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଙ୍କ ଦ୍ଵାରା ଉଦଘାଟନ ହେବାକୁ ଥିବା ଖୋର୍ଦ୍ଧା ଜିଲ୍ଲା ଜୁଡ଼ିସିଆଲ କମ୍ପ୍ଲେକ୍ସ ର ପରିସର ରି ଉଦ୍ଧାର ହୋଇଛି ଏଇ 2 ଫୁଟ ଲମ୍ବର ଏକ ନାଗ ସାପ । ସାପଟି ମୁଖ୍ୟ ଫାଟକ ସାମ୍ନା ରେ ଥିବା ମୁଖ୍ୟ ରାସ୍ତାରେ ଯାଉଥିବା କୁ ଜଣେ ଡ୍ରାଇଭର ଙ୍କ ଆଖିରେ ପଡିଥିଲା । ସେ ପାଟି କରିବାରୁ ସେଠାରେ କର୍ମଚାରୀ ମାନେ ଜମା ହୋଇ ଯାଇଥିଲେ । ଲୋକଙ୍କୁ ଦେଖି ସାପଟି ଏକ ଷ୍ଟାଣ୍ଡ ତଳେ ଲୁଚି ଯାଇଥିଲା । ସାପକୁ ଚାରି ପଟୁ ଜଗି ରଖି ସ୍ନେକ୍ ହେଲ୍ପ ଲାଇନ କୁ ଖବର ଦେଇଥିଲେ ଉପସ୍ଥିତ ଥିବା କର୍ମଚାରୀ ମାନେ । ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଥିଲେ । ସାପଟିକୁ ସହର ବାହାରେ ଏଲ୍ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।