ଜଙ୍ଗଲରୁ ଅଜଣା ନରକଙ୍କାଳ ଉଦ୍ଧାର

ଜଙ୍ଗଲରୁ ଅଜଣା ନରକଙ୍କାଳ ଉଦ୍ଧାର

ଜଙ୍ଗଲରୁ ଅଜଣା ନରକଙ୍କାଳ ଉଦ୍ଧାର

ବାଙ୍କି :  ଜଙ୍ଗଲରୁ ଅଜଣା ନରକଙ୍କାଳ ଠାବ । ବାଙ୍କି ଥାନା ଅନ୍ତର୍ଗତ କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଗଳିତ ଅବସ୍ଥାରେ ନରକଙ୍କାଳ ଉଦ୍ଧାର ହୋଇଛି ।  ତେବେ ନରକଙ୍କାଳଟି ନିକଟରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାବେଳେ ତାର ଶରୀରର ହାଡ, ମୁଣ୍ଡଖପୁରୀ, ଜିନ ପ୍ୟାଣ୍ଟ୍ ତଳେ ପଡ଼ିଛି । ନରକଙ୍କାଳଟି ପୁରୁଷ ବ୍ୟକ୍ତି ବୋଲି ଜଣାପଡଛି। ତେବେ ପରିଚୟ ମିଳିପାରିନାହିଁ। ତେବେ ହତ୍ୟା କରାଯିବା ପରେ କିଏ ପକାଇ ଦେଇଛନ୍ତି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋନାହିଁ। ଏବେ ତଦନ୍ତ ଜାରି ରହିଛି।

ସୂଚନା ମୁତାବିକ, ଚକୁଳେଶ୍ବରର ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନରକଙ୍କାଳ ପଡିଥିବା ଦେଖିଥିଲେ ମହିଳା । ଏହାପରେ ତୁରନ୍ତ ଆସି ସ୍ଥାନୀୟଲୋକଙ୍କୁ କହିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଏବେ ଯାଏଁ ନରକଙ୍କାଳ ନେଇ ଠିକ୍ ସବିଶେଷ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ ।