ଛିଡା ହୋଇ ଭୋଜନ କଲେ ଭୋଗିବେ ଏହି ସବୁ ସମସ୍ୟା
ଛିଡା ହୋଇ ଭୋଜନ କଲେ ଭୋଗିବେ ଏହି ସବୁ ସମସ୍ୟା
ଭୁବନେଶ୍ୱର : ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି । ଏହାଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର । କିନ୍ତୁ ଅନେକ ବ୍ୟକ୍ତିଙ୍କର କିଛି ସାମାନ୍ୟ ଭୁଲ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଏପରି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଜାଣନ୍ତୁ ଛିଡା ହୋଇ ଭୋଜନ କରିବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ ।
-ଛିଡା ହୋଇ ଭୋଜନ କରିବା ଦ୍ୱାରା ମନ ସର୍ବଦା ଅଶାନ୍ତ ରହିଥାଏ । ଏହି କାରଣରୁ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହାସହ ଏକାଗ୍ରତା ମଧ୍ୟ ହ୍ରାସ ହୋଇଥାଏ । ଏକାଗ୍ରତା ହ୍ରାସ ହୋଇଯିବା ଦ୍ୱାରା ୈନନ୍ଦିନ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
-ଛିଡା ହୋଇ ଭୋଜନ କରିବା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ । ଖାଦ୍ୟ ସଠିକ ଭାବେ ହଜମ ନ ହେବା ଦ୍ୱାରା ଶରୀରରେ ଫ୍ୟାଟ ଏକତ୍ରିତ ହୋଇଯାଏ ଏବଂ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଯାଏ । ଏହାଦ୍ୱାରା ମୋଟା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ।
-ଛିଡା ହୋଇ ଭୋଜନ କରିବା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ । ଏହାଦ୍ୱାରା ଅନେକ ପେଟ ସମସ୍ୟା ସୃଷ୍ଟି ହୋଇଥାଏ । ପାଚନ ତନ୍ତ୍ର ମଧ୍ୟ ଖରାପ ହୋଇଥାଏ । ଏହାସହ ପେଟ ଦରଜ ମଧ୍ୟ ହୋଇଥାଏ ।
-ଭୋଜନ କରିବା ବେଳେ ଖାଲି ପାଦରେ ରହିବା ଉଚିତ । କିନ୍ତୁ ଛିଡା ହୋଇ ଖାଦ୍ୟ ଖାଇବା ବେଳେ ପାଦରେ ଜୋତା ଓ ଚପଲ ରହିଥାଏ । ଏହାଦ୍ୱାରା ଶରୀର ଉଷ୍ମ ରହିଥାଏ । ଆୟୁବେଦ ଅନୁଯାୟୀ, ଭୋଜନ ବେଳେ ପାଦ ଥଣ୍ଡା ରହିବା ଆବଶ୍ୟକ ।




admin 