ଛତା ଧରି ପାଠ ପଢୁଛନ୍ତି ପିଲା
ଛତା ଧରି ପାଠ ପଢୁଛନ୍ତି ପିଲା
ମଧ୍ୟପ୍ରଦେଶ : ସ୍ମାର୍ଟ ଯୁଗରେ ଭାରତରେ ଗ୍ରାମାଳରେ ପରିସ୍ଥିତି ଏକଦମ ଦୟନୀୟ । ମଧ୍ୟପ୍ରଦେଶ ସିବନୀ ଜିଲ୍ଲା ଘନେଶୋର ବିଦ୍ୟାଳରେ ଏହି ଘଟଣାଟି । ଘନେଶୋର ଅଂଚଳରରେ ବର୍ଷା ହେଲେ ଛାତ୍ରଛାତ୍ରୀଙ୍କ ଅବସ୍ଥା ଅସମ୍ଭାଳ । ଶ୍ରେଣୀ ଗୃହରେ ଛାତରୁ ବର୍ଷା ପାଣି ଗଳିବାରେ ଲାଗିଛି । ବର୍ଷା ଦିନେ ପିଲାଏ ଛତା ଧରି ପାଠ ପଢୁଛନ୍ତି । ଏନେଇ ବିଦ୍ୟାଳୟ କତ୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କ ପାଖେ ବାରମ୍ବାର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ଫଳ କିଛି ମିଳୁ ନାହିଁ । ମହାନଗରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସଂଖ୍ୟାଧିକ ସୁବିଧା ମିଳୁଛି । ହେଲେ ଗାଁ ଗହଳିରେ ଅବସ୍ଥା ଏବେ ମଧ୍ୟ ସୁଧୁରି ନାହଁ । ବର୍ଷା ଦିନରେ ଘନେଶୋର ବାସିନ୍ଦା ତାଙ୍କ ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ସୁରକ୍ଷିତ ମଣିନଥାନ୍ତି ।




admin 