ଚୁଟି ଝଡ଼ିବା ସମସ୍ୟା ଦୂର କରେ ପିଆଜ ରସ

ଚୁଟି ଝଡ଼ିବା ସମସ୍ୟା ଦୂର କରେ ପିଆଜ ରସ

ଚୁଟି ଝଡ଼ିବା ସମସ୍ୟା ଦୂର କରେ ପିଆଜ ରସ
ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଆଉ ସେମାନଙ୍କ ସୁନ୍ଦରତା ବିଶେଷ କରି ଚୁଟି ଉପରେ ନିର୍ଭର କରିଥାଏ । କିନ୍ତୁ ଆଜିକାଲିର ଖରାପ ପାଣିପାଗ ଓ ଦୂଷିତ ବାୟୁ କାରଣରୁ ଚୁଟି ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ । ଚୁଟି ଝଡ଼ିବା ସମସ୍ୟା ଦୂର କରିବା ସହ ଆପଣ ଯଦି ଘନ ଓ ଲମ୍ବା ଚୁଟି ପାଇବାକୁ ଚାହୁଁଛନ୍ତି ତେବେ ପିଆଜ ରସ ଲଗାନ୍ତୁ । ପିଆଜ ରସ ଲମ୍ବା ଓ ଘନ ଚୁଟି ପାଇଁ ପିଆଜକୁ ଗ୍ରାଇଣ୍ଡିଂ କରି ମୁଣ୍ଡରେ ଲଗାନ୍ତୁ । ପିଆଜ ରସ ସହ ଆପଣ ନଡ଼ିଆ ତେଲ ମିଶ୍ରଣ କରି ମଧ୍ୟ ଲଗାଇ ପାରିବେ । ପିଆଜ ରସ ଲଗାଇ ୧୫ମିନିଟ ରଖିବା ପରେ ସେମ୍ପୁ ସାହାଯ୍ୟରେ ମୁଣ୍ଡ ସଫ କରିନିଅନ୍ତୁ । ସପ୍ତାହରେ ଅତି କମରେ ୨ଥର ମୁଣ୍ଡରେ ପିଆଜ ରସ ଲଗାନ୍ତୁ । ପିଆଜ ରସରେ ପ୍ରଚୁର ପରିମାଣର ସଲଫର ରହିଥାଏ । ଯାହା ମୁଣ୍ଡରେ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ବୃଦ୍ଧି ପାଏ ଏବଂ ମୁଣ୍ଡରେ ନୂଆ ଚୁଟି ସୃଷ୍ଟି ହୋଇଥାଏ । ପିଆଜ ରସ ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି ମଜବୁତ ହୋଇଥାଏ ।