ଚୀନ୍-ପାକିସ୍ତାନର ମୁକାବିଲା କରିବ ଭାରତର ‘ରକେଟ ବାହିନୀ’
ଚୀନ୍-ପାକିସ୍ତାନର ମୁକାବିଲା କରିବ ଭାରତର ‘ରକେଟ ବାହିନୀ’
ନୂଆଦିଲ୍ଲୀ: ଚୀନ୍ ଓ ଏହାର ପ୍ରକ୍ସି ପାକିସ୍ତାନକୁ ଟକ୍କର ଦେବ ଭାରତର ‘ରେକଟ୍ ବହିନୀ’। ଆକାଶମାର୍ଗରୁ ଏହି ସ୍ବତନ୍ତ୍ର ତାଲିମପ୍ରାପ୍ତ ବାହିନୀ ଆକ୍ରମଣ କରିବେ। ଡିଫେନ୍ସ ଷ୍ଟାଫ୍ ମୁଖ୍ୟ (ସିଡିଏସ୍) ଜେନେରାଲ ବିପିନ ରାୱତ ଗୁରୁବାର ଏପରି କହିଛନ୍ତି। ଭାରତ ଆକାଶ ମାର୍ଗରୁ ଏହାର ଆକ୍ରମଣ କ୍ଷମତା ବୃଦ୍ଧି କରିବାକୁ ଯାଉଛି ଏବଂ ସେଥିପାଇଁ ଏକ ସ୍ୱତନ୍ତ୍ର ‘ରକେଟ୍ ବାହିନୀ’ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି । ସିଡିଏସ୍ ରାୱତ କହିଲେ ଯେ ଭାରତକୁ ତାର ପଡେ଼ାଶୀମାନଙ୍କଠାରୁ ବିପଦ ରହିଛି। ତେଣୁ ଏହି ଆହ୍ୱାନର ମୁକାବିଲା ପାଇଁ ଭାରତକୁ ତା’ର କ୍ଷମତା ବୃଦ୍ଧି କରିବାକୁ ପଡ଼ିବ। ପାକିସ୍ତାନ ଜମ୍ମୁ-କାଶ୍ମୀରରେ ତା’ର ଛାୟାଯୁଦ୍ଧ ଜାରି ରଖିବ ଏବଂ ପଞ୍ଜାବ ଓ ଦେଶର ଆଉ କେତେକ ସ୍ଥାନରେ ବି ସମସ୍ୟା ବଢ଼ାଇବାକୁ ଚେଷ୍ଟା କରୁଛି। ଚୀନ୍ ବି ଉତ୍ତର ସୀମାନ୍ତରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଅଛି। ସେମାନେ ସିଧା ଆକ୍ରମଣ କରନ୍ତୁ ବା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି କରନ୍ତୁ, ସବୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାୱତ କହିଥିଲେ। ନୂଆ ତାଲିବାନ ସରକାର ଭାରତ ପାଇଁ ବିପଦ ସୃଷ୍ଟି କରିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରାୱତ କହିଲେ, ତାଲିବାନମାନେ ଏତେ ଶୀଘ୍ର ଦେଶଟାକୁ ଅଧିକାର କରିନେବେ ବୋଲି କେହି ଚିନ୍ତା ବି କରି ନ ଥିଲେ। ଯୁଦ୍ଧ-ଧ୍ୱସ୍ତ ଦେଶରେ ପରିସ୍ଥିତି ଆଗକୁ କ’ଣ ହେଉଛି ଆମକୁ ଅପେକ୍ଷା କରି ଦେଖିବାକୁ ପଡ଼ିବ। ଚୀନ୍ ଏବେ ଅଧିକ ଆକ୍ରମଣାତ୍ମକ ହେଉଛି। ଭାରତ ସହ ଚୀନର ବଡ଼ ଧରଣର ସୀମା ବିବାଦ ଥିବାରୁ ଏହା ଉପରେ ଆମର ସତର୍କ ନଜର ରହିଛି ବୋଲି ସେ କହିଥିଲେ ।




admin 