ଚିଲିକା ବିଧାୟକଙ୍କୁ ନେଇ ଦେବୀ ମିଶ୍ର କଣ କହିଲେ
ଚିଲିକା ବିଧାୟକଙ୍କୁ ନେଇ ଦେବୀ ମିଶ୍ର କଣ କହିଲେ
ଭୁବନେଶ୍ୱର: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ ବିଜେଡି ପକ୍ଷରୁ ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାକାଣ୍ଡ ଗ୍ରହଣୀୟ ନୁହେଁ । ବିଧାୟକ ହୁଅନ୍ତୁ କି ସାଧାରଣ ଲୋକ ହିଂସା ସ୍ଫୃହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅପରପକ୍ଷରେ ଏହି ଘଟଣାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ବିଧାୟକ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିଷ୍କ ଥିବା ବ୍ୟକ୍ତିର ହୋଇପାରେନା । ଏଭଳି ଲୋକର ସ୍ଥାନ ଜେଲରେ ବୋଲି ପୃଥ୍ୱୀରାଜ କହିଛନ୍ତି। ଏନେଇ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ଥିବା ସେ କହିଛନ୍ତି ।




admin 