ଚାଷୀ ଆନେ୍ଦାଳନରେ ନୂଆ ମୋଡ : ଓହିଲେ ୨ଟି ଚାଷୀ ସଂଗଠନ

ଚାଷୀ ଆନେ୍ଦାଳନରେ ନୂଆ ମୋଡ : ଓହିଲେ ୨ଟି ଚାଷୀ ସଂଗଠନ

ଚାଷୀ ଆନେ୍ଦାଳନରେ ନୂଆ ମୋଡ : ଓହିଲେ ୨ଟି ଚାଷୀ ସଂଗଠନ
ଭୁବନେଶ୍ୱର: ଗଣତନ୍ତ୍ର ଦିବସ ହିଂସା ପରେ ଚାଷୀ ସଂଗଠନରେ ବଡ ଫାଟ ଦେଖିବାକୁ ମିଳିଛି । ୨ଟି ପ୍ରମୁଖ ଚାଷୀ ସଂଗଠନ ଆନେ୍ଦାଳନରୁ ଓହରିବା ଘୋଷଣା କରିଛନ୍ତି । ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ଆନେ୍ଦାଳନରୁ ଓହରି ଯାଇଛି । କାଲିର ଟ୍ରାକ୍ଟର ରାଲି ହିଂସାକାଣ୍ଡକୁ ନେଇ ଆନେ୍ଦାଳନରୁ ଓହରି ଯାଇଛି । ଆନେ୍ଦାଳନରୁ ଓହରିବା ନେଇ କମିଟି ମୁଖ୍ୟ ଭିଏମ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି କିଛି ଚାଷୀ ନେତାଙ୍କ ମତିଗତି ଭିନ୍ନ ରହିଛି । ସେହିପରି ଭାରତୀୟ କିଷାନ ୟୁନିୟନ ମଧ୍ୟ ଆନେ୍ଦାଳନରୁ ଓହରିବା ଘୋଷଣା କରିଛି । ଭାରତୀୟ କିଷାନ ୟୁନିୟନ ମୁଖ୍ୟ ଠାକୁର ଭାନୁ ପ୍ରତାପ ସିଂହ ଘୋଷଣା କରିଛନ୍ତି । ଗତକାଲିର ଘଟଣା ଭୀଷଣ ଆଘାତ ଦେଇଥିବା ବୋଲି ଭାନୁ କହିଛନ୍ତି ।