ଚାଲି ଚାଲି ଆସି ଭୋଟ୍‌ ଦେଲେ ନବୀନ

ଚାଲି ଚାଲି ଆସି ଭୋଟ୍‌ ଦେଲେ ନବୀନ

ଚାଲି ଚାଲି ଆସି ଭୋଟ୍‌ ଦେଲେ ନବୀନ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ସହରରେ ଜାରି ରହିଛି ପୌର ନିର୍ବାଚନ। ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ନବୀନ ପଟ୍ଟନାୟକ । ଭୁବନେଶ୍ବର ମହାନଗର ନିଗମର ୫୩ ନଂ ୱାର୍ଡରେ ଭୋଟ୍ ଦେଇଥିଲେ। 

ମୁଖ୍ୟମନ୍ତ୍ରୀ  ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍ରେ ପହଞ୍ଚିଲେ ।  ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ। ଏହାପରେ ବୁଥ୍ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରାଜଧାନୀ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୁଲିସ୍।  ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ  ଓ ୧୫୦ ପୁଲିସ ଅଫିସର।  ୭୦୫ ବୁଥ ପାଇଁ ପୋଲିଂ ପାର୍ଟି ସହ ପୁଲିସ୍ ପଠାଯାଇଛି।