ଚାନ୍ସେଲର୍ ମାର୍କେଲଙ୍କ ଶାସନର ଅବସାନ
ଚାନ୍ସେଲର୍ ମାର୍କେଲଙ୍କ ଶାସନର ଅବସାନ
ବର୍ଲିନ୍: ଜର୍ମାନିର ଜାତୀୟ ନିର୍ବାଚନରେ ‘ସୋସିଆଲ୍ ଡେମୋକ୍ରେଟିକ୍’ ପାର୍ଟି ଆଞ୍ଜେଲା ମର୍କେଲ୍ଙ୍କ ‘ଖ୍ରୀଷ୍ଟିଆନ୍ ଡେମୋକ୍ରେଟିକ୍ ୟୁନିୟନ୍’ ଠାରୁ ସ୍ବଳ୍ପ ବ୍ୟବଧାନରେ ବିଜୟୀ ହୋଇ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୨୦୦୫ରେ ପରେ ପୁନର୍ବାର ବିଜୟୀ ହୋଇ ‘ସୋସିଆଲ୍ ଡେମୋକ୍ରେଟ୍ମାନେ’ ଚାନ୍ସେଲର୍ ମର୍କେଲ୍ଙ୍କ ୧୬ ବର୍ଷର ‘ରକ୍ଷଣଶୀଳ’ ନେତୃତ୍ବାଧୀନ ଶାସନର ଅବସାନ ଘଟାଇଛନ୍ତି।
ସୋମବାର ପ୍ରତ୍ୟୁଷରେ ରିପୋର୍ଟ ହୋଇଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ‘ସୋସିଆଲ୍ ଡେମୋକ୍ରେଟିକ୍ ପାର୍ଟି’ ମାତ୍ର ୧.୬% ପଏଣ୍ଟ୍ରେ ବିଜୟୀ ହୋଇଛନ୍ତି। ସ୍ଥାନୀୟ ସମୟ ପ୍ରାତଃ ୪.୩୦ ‘ଦି ଫେଡେରାଲ୍ ଜର୍ମାନ୍ ଇଲେକ୍ସନ୍ ଏଜେନ୍ସି’ ଉପରୋକ୍ତ ଫଳାଫଳ ପୋଷ୍ଟ୍ କରିଛି।
ରବିବାର ସନ୍ଧ୍ୟାରେ ‘ଏକ୍ଜିଟ୍ ପୋଲ୍’ ଘୋଷିତ ହେବା ପରେ ପରେ ‘ସୋସିଆଲ୍ ଡେମୋକ୍ରେଟିକ୍ ପାର୍ଟି’ ମୁଖ୍ୟାଳୟରେ ଆନନ୍ଦ ଉତ୍ସବ ଆରମ୍ଭ ହୋଇଯାଇଥିଲା। ସମର୍ଥକମାନେ ସେମାନଙ୍କ ଦଳର ପ୍ରାର୍ଥୀ ଓଲାଫ୍ ସ୍ଲୋଜ୍ଙ୍କୁ ଉତ୍ସାହ ଦେବା ପାଇଁ ତାଳି ମାରି ‘ଓଲାଫ୍!’ ‘ଓଲାଫ୍!’ ଧ୍ବନି ଦେଇଥିଲେ। ଓଲାଫ୍ ଜର୍ମାନିର ପରବର୍ତ୍ତୀ ଚାନ୍ସେଲର୍ ହେବେ।




admin 