ଚଳିତ ମାସରେ ସୁନା ଦାମରେ ପ୍ରାୟ ୪୦୦୦ ଟଙ୍କାର ବୃଦ୍ଧି

ଚଳିତ ମାସରେ ସୁନା ଦାମରେ ପ୍ରାୟ ୪୦୦୦ ଟଙ୍କାର ବୃଦ୍ଧି

ଚଳିତ ମାସରେ ସୁନା ଦାମରେ ପ୍ରାୟ ୪୦୦୦ ଟଙ୍କାର ବୃଦ୍ଧି
ମୁମ୍ବାଇ: ଚଳିତ ମାସରେ ସୁନା ଦାମରେ ପ୍ରାୟ ୪୦୦୦ ଟଙ୍କାର ବୃଦ୍ଧି ଘଟିଛି । ମାସ ଆରମ୍ଭ ବେଳକୁ ସୁନାର ୧୦ ଗ୍ରାମ ପିଛା ଦାମ ୪୪ ହଜାର ଟଙ୍କା ପାଖାପାଖି ଥିଲା । ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ଦାମ ୪୭,୮୩୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ରୂପା କିଲୋ ମୂଲ୍ୟ ୬୯,୩୩୩ ଟଙ୍କାରେ ପହଞ୍ଚିଛି । ବିଶ୍ୱ ବଜାରରେ ମଧ୍ୟ ସୁନା ମହଙ୍ଗା ଦେବାରେ ଲାଗିଛି । ସୁନାର ଆଉନ୍ସ ପିଛା ଦାମ ୧୭୮୯ ଡଲାରରେ ପହଞ୍ଚିଛି । ଭାରତରେ ଡଲାର ତୁଳନାରେ ସୁନା ମୂଲ୍ୟ ୭୪-୭୫ ଟଙ୍କା ଭଳି ସ୍ତରରେ ରହିବା ଓ ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହୋଇଥିବାରୁ ଆମଦାନି ପାଇଁ ଅଧିକ ଗଣିବାକୁ ପଡ଼ୁଛି ।