ଘିକୁଆଁରୀ ରସ ଦୂର କରିବ କୋଷ୍ଠକାଠିନ୍ୟ

ଘିକୁଆଁରୀ ରସ ଦୂର କରିବ କୋଷ୍ଠକାଠିନ୍ୟ

ଘିକୁଆଁରୀ ରସ ଦୂର କରିବ କୋଷ୍ଠକାଠିନ୍ୟ

ଘିକୁଆଁରୀ ରସ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ଉପକାରୀ । ଏଥିରେ ବହୁ ପ୍ରାକୃତିକ ଗୁଣ ରହିଛି । ଭିଟାମିନ, ଖଣିଜ, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି । ଆୟୁର୍ବେଦରେ ମଧ୍ୟ ଏହାର ଖୁବ ମହତ୍ତ୍ୱ ରହିଛି । ବିିଭିନ୍ନ ଉପକାରୀ ଗୁଣ କାରଣରୁ ଏହାକୁ ଅମରତ୍ୱ ପ୍ରଦାନ କରାଯାଉଥିବା ଗଛ ବୋଲି କୁହାଯାଏ ।

ଘିକୁଆଁରୀ ରସରେ ଉଚ୍ଚ ମାତ୍ରାରେ ଫାଇବର ରହିଛି । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ସଠିକ ଭାବେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ । ଏହାକୁ ସେବନ କଲେ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର ହୋଇଥାଏ ।

– ଓଜନ ହ୍ରାସରେ ସାହାଯ୍ୟ କରିଥାଏ ।

– ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

– ଖାଲି ପେଟରେ ଘିକୁଆଁରୀ ରସ ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ ।

– ଏହା ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ ।

– ଖାଲି ପେଟରେ ଘିକୁଆଁରୀ ରସ ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ।

– ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ।

– ତ୍ୱଚାର ଚମକ ବୃଦ୍ଧି ପାଇଥାଏ ।