ଘରୋଇ ସ୍କୁଲରେ ନାମଲେଖା ପ୍ରସଙ୍ଗ : ୨୩ରୁ ୩୧ ଯାଏ ନାମଲେଖା

ଘରୋଇ ସ୍କୁଲରେ ନାମଲେଖା ପ୍ରସଙ୍ଗ : ୨୩ରୁ ୩୧ ଯାଏ ନାମଲେଖା

ଘରୋଇ ସ୍କୁଲରେ ନାମଲେଖା ପ୍ରସଙ୍ଗ : ୨୩ରୁ ୩୧ ଯାଏ ନାମଲେଖା

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ(ଆରଟିଇ) ମାଧ୍ୟମରେ ଗରିବ ତଥା ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମଲେଖା ଘରୋଇ ବିଦ୍ୟାଳୟରେ ଚାଲୁ ରହିଛି । ତେବେ ୨୮୯୮ ଛାତ୍ରଛାତ୍ରୀ ବିଳମ୍ବରେ ଆରଟିଇ ପୋର୍ଟାଲରେ ସାମିଲ ହୋଇଥିବାରୁ ନାମଲେଖା କ୍ୟାଲେଣ୍ଡରରେ କିଛିଟା ପରିବର୍ତନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ସ୍ତରରେ ହେବାକୁ ଥିବା ଡକୁ୍ୟଡେଣ୍ଟ ଯାଞ୍ଚ ତାରିଖକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ୨୦ତାରିଖ ସୁଦ୍ଧା କେନ୍ଦ୍ରୀୟ ଲଟେରି ଉଠାଣ, ସ୍କୁଲକୁ ତାଲିକା ପଠାଇବା ତାରିଖ ୨୨ ପର୍ଯ୍ୟନ୍ତ ବଢ଼ାଯାଇଛି । ଜୁଲାଇ ୨୩ରୁ ୩୧ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ଅଗଷ୍ଟ ୧ରୁ ୧୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।