ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ

ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ

ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ
ଭୁବନେଶ୍ୱର: ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତ୍ରିପାଠୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ଭୋର ସମୟରେ ଆନ୍ଧ୍ରର ସୋମପେଟା ନିକଟରେ ବସଟି ଏକ ଟିପରକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।