ଘରୋଇ ହସ୍ପିଟାଲ୍ରେ ବି କମ୍ ମୂଲ୍ୟରେ ମିଳିବ କରୋନା ଟିକା
ଘରୋଇ ହସ୍ପିଟାଲ୍ରେ ବି କମ୍ ମୂଲ୍ୟରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ: ଏଣିକି ଘରୋଇ ହସପିଟାଲରେ ସ୍ୱଳ୍ପ ଦରରେ କରୋନା ଟିକା ଉପଲବ୍ଧ ହେବ। ଭାରତୀୟ ନିର୍ମିତ ସେରମ ଇନ୍ଷ୍ଟିଚ୍ୟୁଟ୍ର କୋଭାସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ବର୍ତ୍ତମାନ କମ୍ ମୂଲ୍ୟରେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହି ୨ଟି ଟିକାର ମୂଲ୍ୟ ଅଧାରୁ ଅଧିକ ହ୍ରାସ କରାଯାଇଛି। ଉଭୟ ଟିକାର ଦର ଡୋଜ୍ ପ୍ରତି ୨୨୫ ଟଙ୍କା ଧାର୍ୟ୍ୟ କରାଯାଇଛି।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଘରୋଇ ଡାକ୍ତରଖାନା ପାଇଁ କୋଭିଡସିଲ୍ଡ ଟିକା ମୂଲ୍ୟ ୬୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହି ନିର୍ଣ୍ଣୟ ନିଆଯାଇଛି।
ସେହିପରି ଭାରତ ବାୟୋଟେକର ସହ ପ୍ରତିଷ୍ଠାତା ସୁଚରିତା ଇଲ୍ଲା ମଧ୍ୟ ଟ୍ୱିଟ୍ କରି ଟିକା ହ୍ରାସ କରାଯିବା କଥା ଉଲ୍ଲେଖ କରିଛନ୍ତି। ପୂର୍ବରୁ କୋଭାକ୍ସିନ୍ ଡୋଜ୍ ପ୍ରତି ୧୨୦୦ ଟଙ୍କା ଥିଲାବଳେ ଏବେ ଏହା ୨୨୫ ଟଙ୍କାରେ ଉପଲବ୍ଧ ହେବ।
ଏପ୍ରିଲ ୧୦ରୁ ଘରୋଇ ଟିକା ସେଣ୍ଟରରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ବୁଷ୍ଟର କରୋନା ଟିକା ଉପଲବ୍ଧ ହେବ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି। ଯେଉଁମାଙ୍କର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଗଲାଣି ସେମାନେ ଏହି ବଷ୍ଟର ଡୋଜ୍ ନେଇପାରିବେ।




admin 