ଘରେ ନିଆଁ ଲାଗି ଯୁବକ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଯୁବକ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ଯୁବକ ଜୀବନ୍ତ ଦଗ୍ଧ
ବୌଦ୍ଧ: ଘରେ ଶୋଇଥିବା ବେଳେ ନିଆଁରେ ପୋଡି ଯୁବକ ଜୀବନ୍ତ ଜଳି ଯାଇ ମୃତୁ୍ୟବରଣ କରିଛନ୍ତି । ଘରେ କେହି ନଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଜି. ଉଦୟଗିରି ଲିଙ୍ଗାଗଡ ଗାଁର ଯୁବକ ଅଶୋକ ଦଳବେହେରା ମୃତୁ୍ୟବରଣ କରିଛନ୍ତି । ରାତିରେ ନିଆଁ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଡାକିଥିଲେ । ଅଗ୍ନିଶମ ବାହିନୀ ନିଆଁ ଲିଭାଇ ଯୁବକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ଏହି ଘଟଣା ଘଟିଥିବାରୁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଘରର ପରିବାର ଲୋକ କେହି ନଥିବା ଅବସ୍ଥା ଅଗ୍ନିକାଣ୍ଡ ଘଟିଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।