ଘରୁ ବାହାରିବା ପୂର୍ବରୁ ଦହି- ଚିନି କାହିଁକି ଖାଇବା ?
କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ ଜ୍ଝ ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି ଜ୍ଝ ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ବିଶ୍ୱାସ ରହିଛି ଜ୍ଝ ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି ଜ୍ଝ ଦହି ସ୍ୱାସ୍ଥ୍ୟ ପାଖେ ମଧ୍ୟ ହିତକାରକ ଜ୍ଝଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି ଯେ, ତକ୍ର: ସର୍ବ ବ୍ୟାଧି ନିବାରକ, କେବଳ କଫ ବର୍ଦ୍ଧକମ
– ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ
– ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ଜ୍ଝ ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି
– ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ ଜ୍ଝ ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ
– ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ ଜ୍ଝ ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ
– ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ
ତେବେ ଦହି ଚିନି ଯେ କେବଳ ଶୁଭ କାମରେ ବାହାରିଲା ବେଳେ ଖାଇବା କଥା ତାନୁହେଁ ଜ୍ଝ ଦହିର ଅନ୍ୟାନ୍ୟ ବହୁ ଗୁଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେସବୁ କଣ
– ଦହିର ମଇଶ୍ଚରାଇଜର ଗୁଣ ରହିଛି ଯାହାକି ରୂଖା ଚର୍ମକୁ ସୁନ୍ଦର ଏବଂ ମୁଲାୟମ ରଖିଥାଏ । ଦହି ପାଚନ ଶକ୍ତି ବଢ଼ିଥାଏ ଯାହା ଫଳରେ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଦହି ଏକ ଭଲ ଫେସ ପ୍ୟାକର କାମ ମଧ୍ୟ କରିଥାଏ । ଏଥିରେ ଲାକଟିକ ଏସିଡ ଥିବାରୁ ଏହା ମୃତ କୋଷିକା ଗୁଡିକୁ ସଫା କରିଥାଏ।
– ଦହିରେ କିଛି ମାତ୍ରାରେ ବେସନ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ
– ଦହି ମୁଣ୍ଡରୁ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ ଜ୍ଝ ଏହା ଦ୍ୱାରା ଚୁଟି ସଫା ହେବା ସହିତ ଚକ ଚକ ମଧ୍ୟ କରିଥାଏ
– ଆମେରିକାନ ହାର୍ଟ ଆସୋସିଏସନର ସୂଚନା ଅନୁଯାୟୀ, ପ୍ରତିଦିନ ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ଆଶଙ୍କା ୩୧ ପ୍ରତିଶତ କମିଯାଇଥାଏ । ଏଥିରେ ଥିବା ପୋଟାସିୟମ ଏବଂ ମ୍ୟାଗନେସିୟମ ଯୋଗୁଁ ଏହା ହାର୍ଟକୁ ସୁସ୍ଥ ରଖିଥାଏ
-ତେବେ ଦହି କଫ ସୃଷ୍ଟିକାରୀ ହୋଇଥିଆ । କିନ୍ତୁ ସର୍କରାଯୁକ୍ତ ଦହି କଫ କରିନଥାଏ ।




admin 