ଗୋଆ କଂଗ୍ରେସରେ ଅସନ୍ତୋଷ, ବିଜେପିରେ ଯୋଗ ଦେଇ ପାରନ୍ତି ୯ ବିଧାୟକ

ଗୋଆ କଂଗ୍ରେସରେ ଅସନ୍ତୋଷ, ବିଜେପିରେ ଯୋଗ ଦେଇ ପାରନ୍ତି ୯ ବିଧାୟକ

ଗୋଆ କଂଗ୍ରେସରେ ଅସନ୍ତୋଷ, ବିଜେପିରେ ଯୋଗ ଦେଇ ପାରନ୍ତି ୯ ବିଧାୟକ

ପାଣାଜୀ: ମହାରାଷ୍ଟ୍ର ପରେ ଏବେ ଗୋଆରେ ବିରିଧି ଙ୍କ ମଧ୍ୟରେ ବିଦ୍ରୋହ ଦେଖା ଯାଇଛି। ଏଠାରେ କଂଗ୍ରେସ ଦଳରେ କନ୍ଦଳ ଦେଖିବାକୁ ମିଳିଛି ଜ୍ଝ କୁହାଯାଉଛି ଯେ ଦଳର ୯ ଜଣ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି । ତେବେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ସମସ୍ତ ପ୍ରୟାସ ଚାଲିଛି। କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ ବିଧାୟକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ୯ ଜଣ ବିଧାୟକ ବିଜେପିରେ ଯୋଗ ଦେବେ ବୋଲି ସଂକେତ ଦେଇଛନ୍ତି ଜ୍ଝ ଆପଣଙ୍କୁ କହିରଖୁଛୁ ଯେ ଗୋଆରେ କଂଗ୍ରେସର ମାତ୍ର ୧୧ ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ୯ ଜଣ ବିଧାୟକ ବର୍ତ୍ତମାନ ବିଜେପିରେ ଯୋଗଦେବାକୁ ରାଜି ହୋଇଛନ୍ତି ଜ୍ଝଯଦି ଏହା ହୁଏ ତେବେ ଦଳ ଭାଙ୍ଗିଯିବ ଏବଂ ଦଳ ପରିବର୍ତ୍ତନ କରିଥିବା ବିଧାୟକଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। କାରଣ ସେମାନଙ୍କ ସଂଖ୍ୟା ମୋଟ ବିଧାୟକଙ୍କ ସଂଖ୍ୟାଠାରୁ ବହୁତ ଅଧିକ ରହିବ ଜ୍ଝ କୁହାଯାଉଛି ଯେ ବିଦ୍ରୋହୀମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ମଧ୍ୟ ଅଛନ୍ତି, ଯାହାଙ୍କ ନେତୃତ୍ୱରେ ଅନ୍ୟ ବିଧାୟକମାନେ ବିଜେପିରେ ଯୋଗ ଦେଇପାରନ୍ତି ।ଏହାପୂର୍ବରୁ ୨୦୧୯ ରେ ମଧ୍ୟ କଂଗ୍ରେସକୁ ଝଟକା ଦେଇ ବହୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ତେବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଥିବା ବିଧାୟକମାନଙ୍କ ମଧ୍ୟରେ ଦିଗମ୍ବର କାମାତ, ମାଇକେଲ ଲୋବୋ, ୟୁରୀ ଆଲେମାଓ ସାଙ୍କଲପ ଆମୋନକର, ଡେଲାଏଲା ଲୋବୋ, ଆଲେକ୍ସ ସିକେରୋ, କେଦାର ନାୟକ ଏବଂ ରାଜେଶ ଫାଲଡେସାଇଙ୍କ ନାମ ଆସିଛି।