ଗୁଳି କରି ଯୁବକଙ୍କୁ ହତ୍ୟା

ଗୁଳି କରି ଯୁବକଙ୍କୁ ହତ୍ୟା

ଗୁଳି କରି ଯୁବକଙ୍କୁ ହତ୍ୟା
ପଦ୍ମପୁର: ଶନିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ଗ୍ରାମରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ କିରଣ ଗାଣ୍ଟା (୩୦) ବୋଲି ଜଣାପଡ଼ିଛି । ଅତି ନିକଟରୁ କିରଣଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରାଯାଇଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଛି । ତେବେ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଦୈନନ୍ଦିନ କାମ ସାରି ରାତି ୮ଟାରେ କିରଣ ଘରକୁ ଫେରିଥିଲେ । ପତ୍ନୀ ରଜନୀ ଗାଣ୍ଟାଙ୍କ ସହ ରାତି୍ର ଭୋଜନ କରିବା ପରେ କିରଣ ଶୋଇପଡ଼ିଲେ । ରାତି ପ୍ରାୟ ୨ଟାରେ ପରିବାର ଲୋକ ଗୁଳି ଶବ୍ଦ ଶୁଣି ଉଠିଥିଲେ । ଉଠିବା ବେଳକୁ ପୂରା ଘର ଧୂଅାଁମୟ ହୋଇ ପଡ଼ିଥିବାରୁ କିଛି ଦେଖି ପାରିନଥିଲେ । ରଜନୀଙ୍କ ଚିକ୍ରାର ଶୁଣି ପାଖ ପଡୋଶୀ ଦୌଡ଼ି ଆସିଲେ । କିଛି ସମୟ ପରେ କିରଣଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଖଟରେ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ସରପଞ୍ଚ ତୁଳସୀ ଶବର ଫୋନ ଯୋଗେ ଗୁଡାରୀ ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଗୁଣପୁର ଏସଡିପିଓ ରାଜ କିଶୋର ଦାଶ, ଗୁଡାରୀ ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।