ଗୁଜୁରାଟ ବିଧାନସଭାକୁ ଟି-ସାର୍ଟ ପିନ୍ଧିବା ଆସିବାରୁ ବିଧାୟକ ବିଦା

ଗୁଜୁରାଟ ବିଧାନସଭାକୁ ଟି-ସାର୍ଟ ପିନ୍ଧିବା ଆସିବାରୁ ବିଧାୟକ ବିଦା

ଗୁଜୁରାଟ ବିଧାନସଭାକୁ ଟି-ସାର୍ଟ ପିନ୍ଧିବା ଆସିବାରୁ ବିଧାୟକ ବିଦା
ଗାନ୍ଧିନଗର: ଗୁଜୁରାଟ ବିଧାନସଭାକୁ ଟି-ସାର୍ଟ ପିନ୍ଧି ଆସିବାରୁ କଂଗ୍ରେସ ବିଧାୟକ ବିମଲ ଚୁଦାସ୍ମାଙ୍କୁ ଗୃହରୁ ବିଦା ହେବାକୁ ପଡ଼ିଛି । ଗୃହର ମର୍ଯ୍ୟାଦାହାନୀ କରିଥିବାରୁ ବାଚସ୍ପତି ରାଜେନ୍ଦ୍ର ତି୍ରବେଦୀ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ବିଧାୟକ ରୁଦାସ୍ମା ଦୃଢ଼ ବିରୋଧ କରିଛନ୍ତି । କହିଛନ୍ତି ଗୃହକୁ ନିର୍ଦ୍ଧିଷ୍ଟ ପୋଷାକ ପିନ୍ଧି ଆସିବା ଲାଗି ସେଭଳି କୌଣସି ବ୍ୟବସ୍ଥା ନାହିଁ କିମ୍ବା ଆଦେଶ ଜାରି କରାଯାଇନାହିଁ । ଅନ୍ୟ ପକ୍ଷରେ ବାଚସ୍ପତି କହିଛନ୍ତି ଯେ ପୂର୍ବରୁ ରୁଦାସ୍ମା ଟି-ସାର୍ଟ ପିନ୍ଧି ନ ଆସିବାକୁ କୁହାଯାଇଥିଲା । କିନ୍ତୁ ସେ ବାଚସ୍ପତିଙ୍କ ପରାମର୍ଶକୁ ଅମାନ୍ୟ କରିଥିଳେ । ଏଥିସହ ଟି-ସାର୍ଟ ପିନ୍ଧି ଆସିବେ ବୋଲି କହି ବାଚସ୍ପତିଙ୍କ ସହ ଯୁକ୍ତି ତର୍କ କରିଥିଲେ । ବିଧାୟକମାନେ ଗୃହରମର୍ଯ୍ୟାଦା ରକ୍ଷା କରିବାକୁ ହେଲେ ସାର୍ଟ କିମ୍ବା କୁର୍ତ୍ତା ପିନ୍ଧି ଆସିବା ଉଚିତ ବୋଲି ବାଚସ୍ପତି କହିଛନ୍ତି ।