ଗିରଫ ହେଲେ ଖଣ୍ଡଗିରି ଥାନା ଏସଆଇ
ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ ସ୍ୱାଇଁ ଗିରଫ ହୋଇଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଏସ୍ଆଇ ସୁଶାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ନାକା ଗେଟ୍ ପାଖରେ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ସୁଶାନ୍ତଙ୍କ ସହିତ ଚିରଞ୍ଜିବୀ ବଳ ନାମକ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଚିରଞ୍ଜିବୀ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଇ ସୁଶାନ୍ତଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା।




admin 