ଗତ ୨୪ ଘଣ୍ଟାରେ ୬୨ ହଜାର ୨୧୨ ଆକ୍ରାନ୍ତ ଚିହ୍ନଟ, ୮୩୭ ମୃତ

ଗତ ୨୪ ଘଣ୍ଟାରେ ୬୨ ହଜାର ୨୧୨ ଆକ୍ରାନ୍ତ ଚିହ୍ନଟ, ୮୩୭ ମୃତ

ଗତ ୨୪ ଘଣ୍ଟାରେ ୬୨ ହଜାର ୨୧୨ ଆକ୍ରାନ୍ତ ଚିହ୍ନଟ, ୮୩୭ ମୃତ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୨୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୩୭ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୬୮୧କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ ୭ ଲକ୍ଷ ୯୫ ହଜାର ୦୮୭ ରହିଥିବାବେଳେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା ୬୫ ଲକ୍ଷ ୨୪ ହଜାର୫୯୫ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଆଠଗୁଣ ଅଧିକ ରହିଛି । ସେହିପରି ସୁସ୍ଥ ହାର ୭ ପ୍ରତିଶତ ରହିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଅକ୍ଟୋବର ୧୬ ତାରିଖ ସୁଦ୍ଧା ଦେଶରେ ମୋଟ୍‌ ୯ କୋଟି ୩୨ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।