୨୪ ଘଣ୍ଟା ମଧ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ ଜଣ ଓ ଲୋକାଲ କେସ ୪୫ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୪ ହଜାର ୯୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ହଜାର ୧୭୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୧ ହଜାର ୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୨ ଜଣ, ବାଲେଶ୍ବର ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ, କଟକରୁ ୯ ଜଣ, ଅନୁଗୁଳ, ବରଗଡ଼ ଓ ନୂଆପଡ଼ାରୁ ୮ ଜଣ ଲେଖାଏଁ, ଯାଜପୁର ଓ ପୁରୀ ଜିଲ୍ଲାରୁ ୭ ଜଣ ଲେଖାଏଁ, ଜଗତସିଂହପୁର,ଝାରସୁଗୁଡା ଓ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଜପତି,କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରେ ୩ ଜଣ ଲେଖାଏଁ, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡି,କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୋଲ୍‌ରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।