ଗଣତି ଆରମ୍ଭ, ଛାତି ଧଡ଼ଧଡ଼
ଗଣତି ଆରମ୍ଭ, ଛାତି ଧଡ଼ଧଡ଼
ଭୁବନେଶ୍ୱର : ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି। ଆଜି ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏପଟେ ହଜାର ହଜାର ପ୍ରାଥୀଙ୍କ ଛାତି ଧଡ଼ଧଡ଼।
ବହୁ ପ୍ରତୀକ୍ଷିତ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳ ଆଜି ପ୍ରକାଶ ପାଇବ। ତିନିଦିନ ଧରି ଗଣିତ ହେବାକୁ ଥିବା ପଂଚାୟତ ନିର୍ବାଚନର ଆଜି ହେଉଛି ପ୍ରଥମ ଗଣତି । ଜିଲ୍ଲା ପରିଷଦ ଜୋନ ୱାରୀ ଭୋଟ ଗଣତି ଜାରି ରହିଛି । ପ୍ରଥମେ ୱାଡର଼୍ମେମ୍ବର, ପରେ ସରଂପଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ ଗଣତି କରାଯାଉଛି ।
ଆଜି ୩୫୧ ଜିଲ୍ଳା ପରିଷଦ ଜୋନ ପାଇଁ ଗଣତି ହେବାର ଥିବାବେଳେ ଆସନ୍ତାକାଲି ୩୦୭ ଜୋନରେ ଗଣତି କରାଯିବ । ଅପରପକ୍ଷରେ ୨୮ରେ ୨୨୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେବବୋଲି ଜଣାପଡ଼ିଛି ।
ଷ୍ଟ୍ରଙ୍ଗରୁମରୁ ବାଲାଟ ବକ୍ସକୁ କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି କେନ୍ଦ୍ରକୁ ନିଆଯାଇଛି । ସେଠାରେ ଏଜେଂଟମାନଙ୍କ ଉପସ୍ଥିତିରେ ବାଲାଟ ବକ୍ସ ଖୋଲାଯାଇଥିଲା । ବାଲାଟ ବକ୍ସରେ ଥିବା ଭୋଟ କାଗଜଗୁଡ଼ିକୁ ରଙ୍ଗ ଅନୁସାରେ ସଜଡ଼ା ଯାଇ ଗଣତି ଆରମ୍ଭ ହୋଇଯାଇଛି । ଗୋଟିଏ ଟେବୁଲରେ ଜଣେ କାଉଂଟିଂ ସୁପରଭାଇଜର, ଦୁଇଜଣ ଆସିଷ୍ଟାଂଟ କାଉଂଟିଂ ଅଫିସର ଓ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିଛନ୍ତି ।