ଗଠନ ହୋଇପାରେ ତାଲିବାନ ମନ୍ତ୍ରୀ ପରିଷଦ, ନେତୃତ୍ୱ ନେବେ ମୁଲ୍ଲା ବରାଦର

ଗଠନ ହୋଇପାରେ ତାଲିବାନ ମନ୍ତ୍ରୀ ପରିଷଦ, ନେତୃତ୍ୱ ନେବେ ମୁଲ୍ଲା ବରାଦର

ଗଠନ ହୋଇପାରେ ତାଲିବାନ ମନ୍ତ୍ରୀ ପରିଷଦ, ନେତୃତ୍ୱ ନେବେ ମୁଲ୍ଲା ବରାଦର

କାବୁଲ : ତାଲିବାନ ଆଫଗାନିସ୍ତାନରେ ଏହାର ନୂଆ ସରକାରର ରୂପରେଖ ଚୂଡ଼ାନ୍ତ କରିଛି ଏବଂ ଆଜି ମନ୍ତ୍ରି ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ତାଲିବାନର ‘ଶୁରା’ କାଉନସିଲ ଦେଶରେ ଶାସନ କରିବ ବୋଲି ଆଜି ସ୍ପଷ୍ଟ କରାଯିବା ପରେ ପୂର୍ବ ତାଲିବାନ ସରକାର ଭଳି ଏହି ସରକାରର ଆଭିମୁଖ୍ୟ ମଧ୍ୟ ଅତି କଠୋର ହେବ ବୋଲି କୁହାଯାଉଛି । ତାଲିବାନର ଅନ୍ୟତମ ଶୀର୍ଷ ନେତା ମୁଲ୍ଲା ବରାଦର ଏହି ନୂଆ ସରକାରର ନେତୃତ୍ୱ ନେବେ ଏବଂ ମନ୍ତ୍ରିମଣ୍ଡଳରେ ମହମ୍ମଦ ୟାକୁବ ଏବଂ ମହମ୍ମଦ ଆବ୍ୱାସ ଷ୍ଟାନେକଜାଇ ବରିଷ୍ଠ ସଦସ୍ୟ ଭାବେ ରହିବେ । ତାଲିବାନର ଧାର୍ମିକ ପରିଷଦ ‘ଶୁରା’ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବ ଏବଂ ନୂଆ ପରିଷଦରେ ମହିଳାଙ୍କୁ ସାମିଲ କରାଯିବ ନାହିଁ । ତାଲିବାନର ନୂଆ ପରିଷଦରେ ଦୋହା ତାଲିବାନ ଟିମର ୮୦ ପ୍ରତିଶତ ସଦସ୍ୟ ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଆଫଗାନିସ୍ତାନ ସୂଚନା ଏବଂ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ହୋର୍ଡିଂ ଲାଗି ସାରିଛି । ଆଫଗାନିସ୍ତାନ ସାଂସ୍କୃତିକ କମିସନ ମୁଖ୍ୟ ଅହମଦୁଲ୍ଲା ମୁତାକି ଏନେଇ ଏକ ଟ୍ୱିଟ କରିଛନ୍ତି ଏବଂ କାବୁଲରୁ କିଛି ଫଟୋ ପୋଷ୍ଟ କରିଛନ୍ତି । ତାଲିବାନରେ ସରକାର ଗଠନ ନେଇ ସବୁକିଛି ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ନୂଆ କ୍ୟାବିନେଟ ନେଇ ଆଜି ହିଁ ଘୋଷଣା ହେବ ବୋଲି ସେ କହିଛନ୍ତି । ସମସ୍ତ ଶୀର୍ଷ ନେତାମାନେ କାବୁଲରେ ପହଞ୍ଚି ସାରିଛନ୍ତି । କ୍ୟାବିନେଟରେ ହକ୍କାନୀ ନେଟୱର୍କକୁ ସ୍ଥାନ ମିଳିବ । ସିରାଜୁଦ୍ଧିନ ହକ୍କାନୀ ନୂଆ ସରକାରରେ ସାମିଲ ହେବେ । ତାଲିବାନ ଶାସନରେ କାବୁଲ ପୂର୍ବପରି ଦେଶର ରାଜଧାନୀ ରହିବ କିନ୍ତୁ ଏହାର ସର୍ବୋଚ୍ଚ ନେତା ମୁଲ୍ଲା ଅଖୁନ୍ଦଜାଦା କାନ୍ଦାହାରରେ ରହିବେ । କାବୁଲ ରାଷ୍ଟ୍ରପତି ପ୍ରାସାଦରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଉଛି । ୟୁଏଇରୁ ଜରୁରୀ ମେଡିକାଲ ଏବଂ ଖାଦ୍ୟ ସାମଗ୍ରୀ ଆଣି ଏକ ପରିବହନ ବିମାନ କାବୁଲ ପହଞ୍ଚିଛି ।