ଖୋଲିଲା ଶ୍ରୀମନ୍ଦିର

ଖୋଲିଲା ଶ୍ରୀମନ୍ଦିର

ଖୋଲିଲା ଶ୍ରୀମନ୍ଦିର
ପୁରୀ: ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲେ ଭକ୍ତ । ଆଜି ଭୋର୍ ୪.୪୦ ରେ ସିଂହଦ୍ୱାର ଫିଟିବା ପରେ ପତିତପାବନଙ୍କ ଦର୍ଶନ ଆରମ୍ଭ ହୋଇଛି । ଦୀର୍ଘ ମାସ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ଆଜିଠାରୁ ସେବାୟତ ପରିବାର ଦର୍ଶନ କରୁଛନ୍ତି । ତିନି ଦିନ ଧରି ସେମାନଙ୍କୁ କେବଳ ଦର୍ଶନର ସୁଯୋଗ ମିଳିବ । ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ୱାର୍ଡୱାରୀ ପୁରୀ ସହରବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ସେଥିପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ନେବା ବାଧ୍ୟତାମୂଳକ । ୧ ଓ ୨ ତାରିଖ ନୂଆବର୍ଷରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ଶ୍ରୀମନ୍ଦିର ଦର୍ଶନକୁ ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ପୁରୀ ବାହାରର ଭକ୍ତ ଦର୍ଶନ କରିବେ । ସେଥିପାଇଁ ନେଗେଟିଭ୍ କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ।