ଖୁସି ଖବର : ଓଡ଼ିଶାରେ ତିଆରି ହେବ ଉଡ଼ନ୍ତା କାର
ଖୁସି ଖବର : ଓଡ଼ିଶାରେ ତିଆରି ହେବ ଉଡ଼ନ୍ତା କାର
ଭୁବନେଶ୍ୱର: ଓଡ଼ିଶାରେ ତିଆରି ହେବ ଉଡ଼ନ୍ତା କାର ବା ଏୟାର ଟାକ୍ସି । ଭାରତୀୟ ଏୟାର ମୋବିଲିଟି ଷ୍ଟାର୍ଟଅପ ତଥା ବେଙ୍ଗାଲୁରୁ ଭିତ୍ତିକ କମ୍ପାନି ବମ୍ବଲ ବି’ ଫ୍ଲାଇଟସ ରାଜ୍ୟରେ ଏକ ପ୍ଲାଣ୍ଟ ବସାଇବ । ଏଥିପାଇଁ କମ୍ପାନିକୁ ସହଯୋଗ କରିବ ବ୍ରିଟେନ-ଭିତ୍ତିକ ଟେକ୍ନୋଲୋଜି କମ୍ପାନି ସ୍ରାମ ଆଣ୍ଡ ମ୍ରାମ ଟେକ୍ନୋଲୋଜିଜ । ବ୍ରିଟେନ କମ୍ପାନିଠାରୁ ଏଥିପାଇଁ ବମ୍ବଲ ବି’ ୩.୭ କୋଟି ଡ଼ଲାର ସଂଗ୍ରହ କରିଛି । ଦେଶରେ ଏୟାର ଟାକ୍ସି ନୂଆ ବିପ୍ଳବ ଆଣିବ । ଟ୍ରାଫିକ ସମସ୍ୟା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ସମାଧାନ ହେବ।
ସୂଚନାଯୋଗ୍ୟ, ବମ୍ବଲ ବି’ର ପ୍ରତିଷ୍ଠାତା ହେଉଛନ୍ତି ଉଦ୍ୟୋଗୀ ଅର୍ଜୁନ ଦାସ । ପୂର୍ବରୁ ସେ ଭିଡ଼ିଓ ଆନାଲିଟିକ୍ସ ପ୍ଲାଟଫର୍ମ ନାଇମୋ ଟେକ୍ନୋଲୋଜିର ସହ ପ୍ରତିଷ୍ଠାତା ଥିଲେ । ନୂଆ ପାଣ୍ଠି ସହ କମ୍ପାନି ଓଡ଼ିଶାରେ ଏକ ଆସେମ୍ବ୍ଲି ପ୍ଲାଣ୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଏଠାରେ ଏୟାର ଟାକ୍ସି ଉତ୍ପାଦନ ହେବ । ୨୦୨୩ ଏପ୍ରିଲ ସୁଦ୍ଧା କମ୍ପାନି ଏହାର ପ୍ରଥମ ପ୍ରୋଟୋଟାଇପ ଉନ୍ମୋଚନ କରିବ । ୨୦୨୪ ସୁଦ୍ଧା ଉତ୍ପାଦନ ପାଇଁ ପ୍ରମାଣିକୃତ ମଡେ଼ଲ ଉପଲବ୍ଧ କରାଇବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।




admin 