କ୍ୟାବିନେଟରେ୧୮ଟି ପ୍ରସ୍ତାବ ଉପରେ ମୋହର: ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ୍ୟ
କ୍ୟାବିନେଟରେ୧୮ଟି ପ୍ରସ୍ତାବ ଉପରେ ମୋହର: ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ୍ୟ
admin
Nov 13, 2020 - 04:55
Updated: Nov 13, 2020 - 04:55
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
କ୍ୟାବିନେଟ ନିଷ୍ପତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେଯେ,
୧. ଗ୍ରୀଡ଼କୋକୁ ସରକାରୀ ଗ୍ୟାରେଂଟି ପ୍ରଦାନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୨୬୦୦ କୋଟିର ଗ୍ୟାରେଂଟି ଦିଆଯାଇଛି । ଯାହାଫଳରେ କମ ସୁଧ ହାରରେ ଗ୍ରୀଡ଼କୋ ଋଣ ନେଇପାରିବ ।
୨. ଓଡ଼ିଶା ଲାବ ଆସିଷ୍ଟାଂଟମାନଙ୍କର କ୍ୟାଡ଼ର ରୁଲକୁ ଅନୁମୋଦନ କରାଗଲା ।
୩. ୨୦୨୦-୨୧ ଖରିଫ ବିପଣନ ବର୍ଷର ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଂଜୁରୀ ପ୍ରଦାନ କରାଯାଇଛି । ଚଳିତ ଖରିଫ ବର୍ଷରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଆବଶ୍ୟକ ପଡ଼ିଲେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଧାର୍ୟ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବେ । ଧାନ କିଣାର ୨୪ରୁ ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଅର୍ଥ ପ୍ରେରଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାଧାରଣ ଧାନ ପାଇଁ କୁଇଂଟାଲ ପିଛା ଦର ୧୮୬୮ ଟଙ୍କା ଧାର୍ୟ୍ୟ କରାଯାଇଥିବାବେଳେ ଗ୍ରେଡ଼’ଏ ପାଇଁ ୧୮୮୮ ଟଙ୍କା ଏମଏସପି ଧାର୍ୟ୍ୟ କରାଯାଇଛି । ଏସଏଚଜିଗୁଡ଼ିକ ମଧ୍ୟ ଧାନ କ୍ରୟରେ ସାମିଲ ହୋଇପାରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଭଳି ମଣ୍ଡିରେ ଧାନ ବିକ୍ରି କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଧାନ କିଣା ଜାରିରହିବ । ସେହିପରି ମେ’ ୧ରୁ ରବି ଧାନ କ୍ରୟ ଆରମ୍ଭ ହୋଇ ୩୦ ଜୁନ ପର୍ୟ୍ୟନ୍ତ ଜାରିରହିବ ।
୪. ଚାଷୀଙ୍କ ଉପôାଦର ଉଚିତ ମୂଲ୍ୟ ପାଇଁ ଆରଏମସି ଭଳି ସରକାରୀ ବଜାର ବ୍ୟତୀତ ବେସରକାରୀ ବଜାର କରିବାକୁ ଏକ ଅଧ୍ୟାଦେଶ ଜାରି କରାଯିବ ।
୫. ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ୩୬ ମାସ ଓ ୬୦ ମାସର (ପାର୍) ଦରକାର ପଡ଼ିବ ।
୬. ଠିକା ଫାର୍ମାସିଷ୍ଟ ଯଦି ୬ ବର୍ଷ ଚାକିରୀ କରିଥିବେ ତେବେ ଚାକିରୀ ନିୟମିତ ହୋଇପାରିବ । ଏଥିପାଇଁ କେତେକ ସର୍ତ ବି ରହିଛି ।
୭. ୧୦ ବର୍ଷ କାର୍ୟ୍ୟ କରିଥିଲେ ଫାର୍ମାସିଷ୍ଟମାନଙ୍କର ପଦୋନ୍ନତି ହୋଇପାରିବ ।
୮. ଫାର୍ମାସିଷ୍ଟଙ୍କ ଭଳି ରେଡ଼ିଓଗ୍ରାଫରଙ୍କ ଚାକିରୀ ସର୍ତାବଳୀରେ କେତେକ ପରିବର୍ତନ କରାଯାଇଛି ।
୯. ଓଏଚଏମସ କ୍ୟାଡ଼ର ରୁଲରେ ସଂଶୋଧନ କରାଯାଇଛି । ଡାକ୍ତର ଯୋଗଦେବାର ୪ ବର୍ଷ ମଧ୍ୟରେ ୭ମ ଶ୍ରେଣୀ ଓଡ଼ିଆ ଜାଣିଥିବା ପ୍ରମାଣ ପତ୍ର ଦାଖଲ କରିବା ଦରକାର ।
୧୦. ବାହାର ରାଜ୍ୟର ଡାକ୍ତରବି ଓଡ଼ିଶାରେ ଚାକିରୀ କରିପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ ଓଡ଼ିଶା ମେଡ଼ିକାଲ ପଂଜୀକରଣ ଆଇନ ଅନୁଯାୟୀ ପଞ୍ଜୀକରଣ କରିବେ ।
୧୧. ନର୍ସିଂ କ୍ୟାଡ଼ରରେ କେତେକ ସଂଶୋଧନ କରାଯାଇଛି । ଷ୍ଟାଫ ନର୍ସ ଏଣିକି ନର୍ସିଂ ଅଫିସର ହେବେ । ୬ ବର୍ଷ ଠିକା ଚାକିରୀ କରିଥିଲେ ନିୟମିତ ହେବେ ।
୧୨. କୋଭିଡ଼ ସଂକ୍ରାନ୍ତୀୟ ନିଷ୍ପତିକୁ ଅନୁମୋଦନ କରାଗଲା
୧୩. ୧୯୫୦ରୁ ୨୦୧୧ ପର୍ୟ୍ୟନ୍ତ ଯେଉଁ ଆଇନ ସବୁ ଥିଲା, ସେଥିରୁ ୨୧୫ ଅକାମୀ ଆଇନକୁ ରବ୍ଦ କରାଯିବ । ପ୍ରାୟ ଇଜି ଅଫ ଡୁଇଙ୍ଗ ବିଜିନେସରେ ଏହା ସହାୟକ ହେବ ।
୧୪. ପୁରୀକୁ ଐତିହ୍ୟ ସହର କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜଗନ୍ନାଥ ମନ୍ଦିର ଚାରିପଟେ ସୁରକ୍ଷା କରିଡ଼ର କରାଯାଉଛି । ସେହିପରି ୮.୩୭ ଏକର ଜମି ମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା । ଜଗନ୍ନାଥ ବଲ୍ଲଭ ଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ଫ୍ଲେକ୍ସ, ଭୁବନେଶ୍ୱରରୁ ପୁରୀ ଶ୍ରୀ ମନ୍ଦିରକୁ ଶ୍ରୀ ସେତୁ ନିର୍ମାଣ, ମୂଷା ନଦୀର ପୁନରୁଦ୍ଧାର ଆଦି ପାଇଁ ୪୬୧ କୋଟିର ଟେଣ୍ଡରକୁ ଅନୁମୋଦନ ପ୍ରଦାନ କରାଯାଇଛି । ୩୦ ମାସ ମଧ୍ୟରେ ଠିକାଦାର ସଂସ୍ଥା ଏନସିସି ଏହି କାର୍ୟ୍ୟ ସମାପ୍ତ କରିବ ।
୧୫. କେନ୍ଦୁଝର ସହର ଭିତରେ ୩ କିମିର ଡେଡିକେଟେଡ ଫ୍ଲାଇଓଭର କରାଯିବ । ୧୪୪.୧୧ କୋଟିର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ରଣଜିତ ସୋଭରକ୍ସ କମ୍ପାନୀକୁ କାର୍ୟ୍ୟାଦେଶ ଦିଆଯାଇଛି ।