କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ‘ଏମଆରଆଇ’

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ‘ଏମଆରଆଇ’

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ‘ଏମଆରଆଇ’
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ମ୍ୟାଗ୍ନେଟିକ ରେଜୋନାନ୍ସ ଇମେଜିଂ ‘ଏମଆରଆଇ’ ପରୀକ୍ଷା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସେବାର ଉଦଘାଟନ କରିଛନ୍ତି । ରାଜଧାନୀବାସୀଙ୍କ ସମେତ ରାଜ୍ୟର ବିଭିନ୍ନସ୍ଥାନରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ବିନା ମୂଲ୍ୟରେ ଏହି ଅତ୍ୟାଧୁନିକ ପରୀକ୍ଷାର ଲାଭ ପାଇପାରିବେ । ପିପିପି ମୋଡରେ ପ୍ରଥମ ଥର ଲାଗି ହସ୍ପିଟାଲରେ ଏହି ପରୀକ୍ଷା ଆରମ୍ଭ ହୋଇଛି । ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ପଣିପାଲ ହେଲଥ ମ୍ୟାପ ଡାଏଗ୍ନୋଷ୍ଟିକ ସ୍ୱାସ୍ଥ୍ୟାନୁଷ୍ଠାନ ସହିତ ଚୁକ୍ତି କରିଥିଲେ । ଗତ ଅଗଷ୍ଟ ମାସରେ ଏହାର ନିର୍ମାଣ କାର୍ଯ୍ୟ ହସ୍ପିଟାଲରେ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୨୦ ତାରିଖରେ ଶେଷ ହୋଇଥିଲା । ଏମଆରଆଇ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ମସ୍ତିଷ୍କର ଆଞ୍ଜିଓ, ଭେନୋଗ୍ରାମ, ସ୍ପୋସକ୍ଟୋସ୍କୋପି ପରୀକ୍ଷା, ଅରବିଟ, ମେରୁଦଣ୍ଡ, ମଣିବନ୍ଧ, କହୁଣି, କାନ୍ଧ, ଆଣ୍ଠୁ, ଖଞ୍ଜା ମୁହଁ ଓ ବେକ, ତଳିପେଟ, ହାତ ଗୋଡ଼ ଓ ପାଦ ଇତ୍ୟାଦିର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।