କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢାଉଛନ୍ତି ଲୋକେ : ଡିଏମଇଟି
କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢାଉଛନ୍ତି ଲୋକେ : ଡିଏମଇଟି
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଆକ୍ତାମାକ୍ତା କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଦ୍ୱିତୀୟ ଲହର ପାଇଁ ଜାରି ଲକଡାଉନ ଓ ସଟଡାଉନକୁ କେତେକାଂଶରେ କୋହଳ କରାଯାଇଛି । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ଆଂଶିକ ଲକଡାଉନ ଜାରି କରିଛନ୍ତି । ତେବେ କଟକଣା କୋହଳ ପରେ ଲୋକେ ଅମାନିଆ ହୋଇ ପଡ଼ିଛନ୍ତି । କରୋନା ଗାଇଡଲାଇନକୁ ମାନୁନାହନ୍ତି । ଅଯଥାରେ ବାହାରେ ଭିଡ଼ ଜମାଉଛନ୍ତି । ତେବେ ଲୋକ ଯଦି ଏବେଠୁ ସଚେତନ ନହେବେ ତେବେ ପୁଣି ଥରେ ଏକ ବଡ଼ ବିପଦ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, କିଛି ଜିଲ୍ଲାରେ ସଂକ୍ରମଣ ବଢିଛି ତାହା ଧୀରେ ଧୀରେ କମିବ । କିଛି ସ୍ଥାନରେ କଟକଣା କୋହଳ ହେବା ପରେ ଲୋକମାନେ ନିୟମ ମାନୁନାହାନ୍ତି । ଲୋକମାନେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢାଉଛନ୍ତି । ଲୋକମାନେ ସଚେତନ ନହେଲେ ପୁଣି ଥରେ ବିପଦ ଆଡ଼କୁ ଆଗେଇବା ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି