କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ

କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ଚମ୍ପଟ। କୋର୍ଟରୁ ଜେଲ୍‌ ନେବା ବେଳେ ଖସିଗଲା ନିଶା ମାଫିଆ ବିଜୟ ମାଣିଆ। ନିଶା କାରବାର ନେଇ ଦୋଷୀ ସାବ୍ୟସ୍ତ ପରେ ଖସିଗଲା ବିଜୟ।

କଟକ ଫ୍ଲାଇ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲା ନିଶା ବେପାରୀ ବିଜୟ ମାଣିଆ।  ତାକୁ ଭୁବନେଶ୍ୱର ଏଡିଜେ-୩ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ମାମଲା ବିଚାର କରି ବିଜୟକୁ ୧୦ ବର୍ଷ ଜେଲ୍ ଓ ଲକ୍ଷେ ଜରିମାନା କରିଥିଲେ। ଦଣ୍ଡାଦେଶ ପରେ ବିଜୟକୁ କୋର୍ଟରୁ ଜେଲକୁ ନିଆଯାଉଥିଲା। ତେବେ ଉପସ୍ଥିତ ଯବାନଙ୍କୁ ଚକମା ଦେଇ ଖସି ପଳାଇଥିଲା ବିଜୟ।