କୋଭିଡ ଟେଷ୍ଟିଂ ସେଣ୍ଟରକୁ ନଯାଇ ଭୋକିଡ ଟେଷ୍ଟ କରିପାରିବେ, କେମିତି କରିବେ ଜାଣନ୍ତୁ

କୋଭିଡ ଟେଷ୍ଟିଂ ସେଣ୍ଟରକୁ ନଯାଇ ଭୋକିଡ ଟେଷ୍ଟ କରିପାରିବେ, କେମିତି କରିବେ ଜାଣନ୍ତୁ

କୋଭିଡ ଟେଷ୍ଟିଂ ସେଣ୍ଟରକୁ ନଯାଇ ଭୋକିଡ ଟେଷ୍ଟ କରିପାରିବେ, କେମିତି କରିବେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଲୋକମାନେ ଥଣ୍ଡା ବା ଜ୍ୱରରେ ଆକ୍ରାନ୍ତ ହେଲେ ବି କୋଭିଡ଼ ସେଣ୍ଟରକୁ ଯାଇ ଟେଷ୍ଟ କରିବାକୁ ଭୟ କରୁଛନ୍ତି । କିନ୍ତୁ ଏଣିକି ଆପଣ ଘରେ ରହି ସହଜ ଉପାୟରେ କୋଭିଡ ଟେଷ୍ଟ କରିପାରିବେ । ହେଲ୍ଥ ସେକ୍ଟରର ପ୍ରମୁଖ କମ୍ପାନୀ Abbott ଦେଶରେ ବୟସ୍କ ଓ ପିଲାମାନଙ୍କଠାରେ ସାର୍ସ-ସିଓଭି-୨ଭାଇରସ୍ ଚିହ୍ନଟ କରିବାକୁ କୋଭିଡ ହୋମ ଟେଷ୍ଟ କିଟ୍ ଲଞ୍ଚ କରିଛି ।

କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଥିବା ଏହି କିଟର ପ୍ରାରମ୍ଭିକ ମୂଲ୍ୟ ୩୨୫ ଟଙ୍କା ରଖାଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ବ୍ୟକ୍ତିଗତ ବ୍ୟବହାର ପାଇଁ କମ୍ପାନୀ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ୟାନବିଓ କୋଭିଡ଼ ରାପିଡ ଆଣ୍ଟିଜେନ୍ ଟେଣ୍ଟିଂ କିଟ୍ ଉପଲବ୍ଧ କରିବାକୁ ଯାଉଛି । ଏହା ମାଧ୍ୟମରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ କମ୍ କରିବା ବୋଲି କମ୍ପାନୀ କହିଛି । କମ୍ପାନୀ ଗୋଟିଏ କିଟ୍ ମୂଲ୍ୟ ୩୨୫ ଟଙ୍କା, ୪ ପ୍ୟାକ୍ କିଟ୍ ୧୨୫୦ ଟଙ୍କା, ୧୦ ପ୍ୟାକ୍ କିଟ୍ ୨୮୦୦ ଟଙ୍କା ଓ ୨୦ ପ୍ୟାକ୍ କିଟର ମୂଲ୍ୟ ୫,୪୦୦ ଟଙ୍କା ରଖିଛି ।