କେରଳରେ ପ୍ରବଳ ବର୍ଷାରୁ ଭୂସ୍ଖଳନ : ୫ ମୃତ

କେରଳରେ ପ୍ରବଳ ବର୍ଷାରୁ ଭୂସ୍ଖଳନ : ୫ ମୃତ

କେରଳରେ ପ୍ରବଳ ବର୍ଷାରୁ ଭୂସ୍ଖଳନ : ୫ ମୃତ
ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟି ୫ ଜଣଙ୍କର ମୃ୍ତ୍ୟୁ ଘଟିଛି । କେରଳର ଇଡୁକୀ ଜିଲ୍ଲାରେ ଶୁକ୍ରବାର ସକାଳୁ ଏହି ଘଟଣା ଘଟିଛି । ମୁନ୍ନାରରୁ ୨୫ କିମି ଦୂର ରାଜମଲାଇ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ୭୦ ରୁ ୮୦ ଜଣ ଲୋକ ଏହି ଅଞ୍ଚଳରେ ରହିଥିବା ବେଳେ ଭୂସ୍ଖଳନରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳରେ ଏନ୍ଡିଆର୍ଏଫ୍ର ଦୁଇଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୦ ଜଣଙ୍କୁ କାଦୁଆ ମଧ୍ୟରୁ ଉଦ୍ଧାର କରାଯାଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ଲାଗି ବାୟୁସେନାର ହେଲିକପ୍ଟର ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।