କେମିତି ପ୍ରସ୍ତୁତ କରିବେ ମେଥି ପନିର ଆସନ୍ତୁ ଜାଣିବା

କେମିତି ପ୍ରସ୍ତୁତ କରିବେ ମେଥି ପନିର ଆସନ୍ତୁ ଜାଣିବା

କେମିତି ପ୍ରସ୍ତୁତ କରିବେ ମେଥି ପନିର ଆସନ୍ତୁ ଜାଣିବା
ଆବଶ୍ୟକ ସାମଗ୍ରୀ: ପନିର, ମେଥି ଶାଗ, ଗରମ ମସଲା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଲଙ୍କାଗୁଣ୍ଡ ଓ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି ଶାଗକୁ ଭଲ ଭାବରେ ବାଛି ଧୋଇ ଦିଅନ୍ତୁ । ଶାଗକୁ ଛୋଟ ଛୋଟ କରି କାଟନ୍ତୁ । ପନିରକୁ ମଧ୍ୟ ଚାରିକୋଣିଆ ଆକାରରେ କାଟି ଦିଅନ୍ତୁ । ଏହା ପରେ କଡେ଼ଇରେ ବଟର ଗରମ କରି ସେଥିରେ ପନିର ପକାଇ ଭାଜନ୍ତୁ । ପନିର ସୁନେଲି ରଙ୍ଗ ହେବା ପରେ ଅନ୍ୟ ପାତ୍ରକୁ କାଢ଼ି ଦିଅନ୍ତୁ । ଏବେ ପୁଣି କଡେ଼ଇରେ ବଟର ଗରମ କରି ସେଥିରେ ଜିରା, ଗୁଜୁରାତି ଏବଂ ହେଙ୍ଗୁ ପକାନ୍ତୁ । ଏଗୁଡ଼ିକ ଫୁଟିଗଲା ପରେ ଏଥିରେ ପିଆଜ ଏବଂ ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ କଷନ୍ତୁ । ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ଦହି ମିଶାନ୍ତୁ । କିଛି ସମୟ ଏହା କଷି ହେବା ପରେ ସେଥିରେ ପନିର ଏବଂ ମେଥି ଶାଗ ପକାଇ ଗୋଳାନ୍ତୁ । ଏବେ ଏଥିରେ ଅଳ୍ପ ପାଣି ଦେଇ ପାଖାପାଖି ୧୦ ମିନିଟ ଯାଏ କମ ଆଞ୍ଚରେ ଫୁଟାନ୍ତୁ । ପରେ ଏଥିରେ ଗରମ ମସଲା ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମେଥି ପନିର’ । ଏହାକୁ ଗରମ ଗରମ ରୁଟି, ନାନ ଓ ପରଠାରେ ପରିବାର ଲୋକଙ୍କ ଖାଇବାକୁ ଦିଅନ୍ତୁ ।