ବିଦେଶୀ କମ୍ପାନୀଙ୍କ ସୁରକ୍ଷା ପାଇଁ ଆସିବ ନୂଆ ଆଇନ

ବିଦେଶୀ କମ୍ପାନୀଙ୍କ ସୁରକ୍ଷା ପାଇଁ ଆସିବ ନୂଆ ଆଇନ

ବିଦେଶୀ କମ୍ପାନୀଙ୍କ ସୁରକ୍ଷା ପାଇଁ ଆସିବ ନୂଆ ଆଇନ
ନୂଆଦିଲ୍ଲୀ - ବିଦେଶୀ କମ୍ପାନୀଙ୍କ ଦ୍ୱାରା ହେଉଥିବା ପୁଞ୍ଜିନିବେଶକୁ ସୁରକ୍ଷା ଯୋଗାଇବା ଲାଗି କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ଯୋଜନା କରୁଛନ୍ତି । ଏହି ପ୍ରସ୍ତାବିତ ଆଇନ ଦ୍ୱାରା ବିଦେଶୀ ସଂସ୍ଥା ଭାରତରେ ସମ୍ମୁଖୀନ ହେଉଥିବା ବିବାଦର ତୁରନ୍ତ ଫଇସଲା ହେବ । ସେମାନେ ଯେମିତି କୌଣସି ସମସ୍ୟାର ସାମ୍ନା ନ କରନ୍ତି, ତାହା ସୁନିଶ୍ଚିତ କରାଯିବ । ବିଦେଶରୁ ବିପୁଳ ପୁଞ୍ଜି ଟାଣିବା ଲାଗି ସରକାର ଏଭଳି ଆଇନ ବାବଦରେ ଚିନ୍ତା କରିଛନ୍ତି । ଏକ ସୂତ୍ରରୁ ମିଳିଥିବା ଖବର ମୁତାବକ ପ୍ରସ୍ତାବିତ ଆଇନ ନିମନ୍ତେ ସରକାର ୪୦ ପୃଷ୍ଠା ସମ୍ବଳିତ ଏକ ପ୍ରାକ୍ ଚିଠା ପ୍ରସ୍ତୁତ କରିଛନ୍ତି । ବିଦେଶୀ କମ୍ପାନୀ ଏବଂ ସରକାରଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦର ତ୍ୱରିତ ସମାଧାନ ଲାଗି ଏକ ମଧ୍ୟସ୍ଥି ଏବ ଏକାଧିକ କୋର୍ଟ ପ୍ରତିଷ୍ଠା ଲାଗି ଏଥିରେ ପ୍ରସ୍ତାବ ରହିଛି । ଜଣେ ଅଧିକାରୀ କହିଛନ୍ତି, ବିଦେଶୀ ପୁଞ୍ଜି ଟାଣିବା ଏବଂ ବୈଦେଶିକ କମ୍ପାନୀକୁ ସୁରକ୍ଷା ଯୋଗାଇବା ଲାଗି ଉକ୍ତ ପ୍ରସ୍ତାବିତ ଆଇନ ସହାୟକ ହେବ । ବିବାଦର ଶୀଘ୍ର ସମାଧାନ ହେବା ଦ୍ୱାରା ସେମାନେ ଏଠାରେ ସାନି ନିବେଶ କରିବାକୁ ଆଗ୍ରହ ଦେଖାଇବେ । ଉଲ୍ଲେଖଯୋଗ୍ୟ, ବିଦେଶୀ କମ୍ପାନୀଙ୍କ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପ ଉପରେ ପୁନଃ ସମୀକ୍ଷା ପାଇଁ କିଛି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏମିତିକି ଠିକା ବାତିଲ କରିବା ଲାଗି କିଛି ରାଜ୍ୟ ଯୋଜନା କରୁଛନ୍ତି । ଏଭଳି କାର୍ଯ୍ୟ ବିଦେଶରେ ଭାରତର ଛବି ବିଗାଡ଼ିବ ବୋଲି ଆଶଙ୍କା କରାଯାଉଛି ।