କେନ୍ଦ୍ର ୩୨.୯୦, ରାଜ୍ୟ ୨୧.୪୦ ନେଉଛି : ମନ୍ତ୍ରୀ

କେନ୍ଦ୍ର ୩୨.୯୦, ରାଜ୍ୟ ୨୧.୪୦ ନେଉଛି : ମନ୍ତ୍ରୀ

କେନ୍ଦ୍ର ୩୨.୯୦, ରାଜ୍ୟ ୨୧.୪୦  ନେଉଛି : ମନ୍ତ୍ରୀ
ଭୁବନେଶ୍ୱର:ପେଟ୍ରୋଲ ଏବଂ ଡିଜେଲରେ ରାଜ୍ୟ ଅପେକ୍ଷା କେନ୍ଦ୍ର ଅଧିକ ଟିକସ ନେଉଛି । ଗୃହରେ ମୁଲତବି ଆଲୋଚନାରେ ଉତର ଦେଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଖୁଚୁରା ମୂଲ୍ୟ ୯୧.୬୬ ରହିଛି । ବେସିକ ଦର ୩୩.୬୮ , କେନ୍ଦ୍ରୀୟ ଉପôାଦ ଶୁଳ୍କ ୧.୪୦ ପଇସା ରହିଛି । ଅତିରିକ୍ତ ଉପôାଦ ଶୁଳ୍କ ୧୧ ଟଙ୍କା , ଇନଫ୍ରା ସେସ୍ ୧୮ ଟଙ୍କା, ଏଗ୍ରି ସେସ୍ ୨.୫୦ ରହିଛି । ସବୁକୁ ମିଶାଇଲେ କେନ୍ଦ୍ର ସରକାର ମୋଟ ୩୨ ଟଙ୍କା ୯୦ ପଇସା ନେଉଛନ୍ତି । ରାଜ୍ୟ ସରକାର ୩୨% ଭାଟ ବାବଦକୁ ୨୧ଟଙ୍କା ୪୦ ପଇସା ନେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ରଠାରୁ କମ୍ ଟିକସ ଆଦାୟ କରୁଛନ୍ତି ବୋଲି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।