କେନ୍ଦୁପତ୍ର ତୋଳାଳିଙ୍କୁ ୯୨.୩୭ କୋଟି ଟଙ୍କା ବୋନସ

କେନ୍ଦୁପତ୍ର ତୋଳାଳିଙ୍କୁ ୯୨.୩୭ କୋଟି ଟଙ୍କା ବୋନସ

କେନ୍ଦୁପତ୍ର ତୋଳାଳିଙ୍କୁ ୯୨.୩୭ କୋଟି ଟଙ୍କା ବୋନସ
ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ ମହାମାରୀ ସମୟରେ ବଜାର ପ୍ରଭାବିତ ହୋଇଥିଲେ ବି କେନ୍ଦୁପତ୍ର କାରବାରରୁ ସରକାର ଭଲ ଲାଭ ପାଇଛନ୍ତି । ଏହି ଲାଭକୁ କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କୁ ଆବଣ୍ଟନ କରିବା ଉଦେ୍ଧଶ୍ୟରେ ବୋନସ ଓ ସହାୟତା ବାବଦରେ ୯୨.୩୭ କୋଟି ଟଙ୍କା ପ୍ରଦାନ କରାଯିବ । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତୁ୍ୟ ଓ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପା ମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ବୋର୍ଡ ବୈଠକରେ ମଞ୍ଜୁରି ପାଇଥିବା ୯୨.୩୭ କୋଟି ଟଙ୍କାରୁ ୫୯.୭୮ କୋଟି ଟଙ୍କା କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଆକାରରେ ପ୍ରଦାନ କରାଯିବ । ବାକି ଅର୍ଥ ବନେ୍ଧଇ ଶ୍ରମିକ, ସାମୟିକ କର୍ମଚାରୀଙ୍କୁ ପ୍ରୋତ୍ସାହନ ଓ କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।