କେଉଁଠି କିଏ ଉଡ଼ାଇବେ ଜାତୀୟ ପତାକା

କେଉଁଠି କିଏ ଉଡ଼ାଇବେ ଜାତୀୟ ପତାକା

କେଉଁଠି କିଏ ଉଡ଼ାଇବେ ଜାତୀୟ ପତାକା

ଭୁବନେଶ୍ୱର: ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି। ସେହିପରି ୨୦ଟି ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବାର ଥିବାବେଳେ ୩ଟି ସ୍ଥାନରେ ଆରଡିସି ଓ ୯ଟି ସ୍ଥାନରେ ଜିଲ୍ଲାପାଳମାନେ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି। ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ଆଚରଣ ବିଧି ଲାଗୁ ହୋଇଥିବାରୁ ମନ୍ତ୍ରୀମାନେ ସରକାରଙ୍କ ସଫଳତା ନେଇ ଭାଷଣବାଜି କରିବା ଉପରେ ବି କଟକଣା ରହିଛି।
ସୂଚନା ଅନୁସାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ-ସମ୍ବଲପୁର, ବିକ୍ରମ ଆରୁଖ-କଟକ, ପ୍ରଫୁଲ୍ଲ ମଲିକ-ନୟାଗଡ଼,ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ମୟୂରଭଞ୍ଜ, ପଦ୍ମନାଭ ବେହେରା-ବରଗଡ଼,ପ୍ରତାପ ଜେନା-ଅନୁଗୁଳ,ଅରୁଣ ସାହୁ-ସୋନପୁର, ସୁଦାମ ମାର୍ଣ୍ଡି- କେନ୍ଦୁଝର, ସୁଶାନ୍ତ ସିଂ-ସୁନ୍ଦରଗଡ଼,ନବ କିଶୋର ଦାସ-ନୂଆପଡ଼ା, ଟୁକୁନି ସାହୁ-ଗଞ୍ଜାମ, ଜଗନ୍ନାଥ ସାରକା-ମାଲକାନଗିରି, ଦିବ୍ୟଶଙ୍କର ମିଶ୍ର-ରାୟଗଡ଼ା, ଅଶୋକ ପଣ୍ଡା-ବାଲେଶ୍ୱର, ସମୀର ଦାଶ-କେନ୍ଦ୍ରାପଡ଼ା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ-ଜଗତସିଂହପୁର,ପ୍ରେମାନନ୍ଦ ନାୟକ-କନ୍ଧମାଳ, ରଘୁନନ୍ଦନ ଦାସ-ପୁରୀ ଓ ତୁଷାରକାନ୍ତି ବେହେରା କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ସହ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି ।

ସେହିପରି ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ସମ୍ପୃକ୍ତ ଜୋନର ଆରଡିସିମାନେ ଏବଂ ବଲାଙ୍ଗିର, ଭଦ୍ରକ,ବୌଦ୍ଧ,ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରେ ସେହି ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ଏଥର ସୀମିତ ସଂଖ୍ୟକ ଲୋକଙ୍କୁ ଏହି ଜିଲ୍ଲା ଓ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ ବୋଲି ଜଣାପଡ଼ିଛି ।