କେଉଁ ବ୍ଲକ କିଏ ଜିତିଲା

କେଉଁ ବ୍ଲକ କିଏ ଜିତିଲା

କେଉଁ ବ୍ଲକ କିଏ ଜିତିଲା

ଭୁବନେଶ୍ୱର: ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ଦବଦବା। ଏକାକି ୮୬% ବ୍ଲକ ଅଧ୍ୟକ୍ଷ ଆସନ ଅକ୍ତିଆର କରିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀମାନେ। ବିଜେଡି ୨୭0 ଆସନ ଦଖଲ କରିଥିବାବେଳେ ବିଜେପି ୧୮, କଂଗ୍ରେସ ୧୩ ଓ ନିର୍ଦଳୀୟ ୯ଟି ବ୍ଲକ ଜିତିଛନ୍ତି। ୩୧୪ ବ୍ଲକ ଭିତରୁ ମୋଟ ୩୧୩ ବ୍ଲକରେ ଗତକାଲି ଭୋଟ ହୋଇଥିଲା, ସେଥିରେ ବିଜେଡି ବାଜିମାତ କରୁଛି ସବୁ ଜିଲ୍ଲାରେ। 

କେଉଁ ଦଳ ସମର୍ଥିତ ପ୍ରାର୍ଥୀ କେଉଁ ବ୍ଲକ ଦଖଲ କରିଛନ୍ତି, ଜାଣନ୍ତୁ 

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ୧୨ଟି ଓ ୨ଟି ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ୭ଟି ଯାକ ବ୍ଲକରେ ଶାସକ ଦଳ ଜିତି ଯାଇଛି।

ରାୟଗଡ଼ା ଜିଲ୍ଲାର ୧୦ଟି ବ୍ଲକ ବିଜେଡି ଦଖଲ କରିଥିବାବେଳେ ଗୋଟିଏ ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଉପକୂଳର କଟକରେ ବିଜେଡି ୧୩ଟି ଓ ବିଜେପି ଏବଂ କଂଗ୍ରେସ ମିଶି ଗୋଟିଏ ବ୍ଲକ କଣ୍ଟାପଡ଼ା ଦଖଲ କରିଛି । ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରୁ ବିଜେଡି ୮ଟି ଓ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ପଶ୍ଚିମର ଦେବଗଡ଼ ଜିଲ୍ଲାର ୩ଟି ବ୍ଲକରୁ ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ୨ଟି ଏବଂ ଗୋଟିଏ ବିଜେପି ସମର୍ଥୀତ ପ୍ରାର୍ଥୀ ଦଖଲ କରିଛନ୍ତି ।

ଉପକୂଳବର୍ତ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ୯ଟି ଯାକ ବ୍ଲକ କବଜା କରିଛି। କେନ୍ଦୁଝର ଜିଲ୍ଲାର ସବୁ ୧୩ଟି ଯାକ ବ୍ଲକ ଅକ୍ତିଆର କରିଛି ଶାସକ ବିଜୁ ଜନତା ଦଳ ।

 ଅନୁଗୁଳ ଜିଲ୍ଲାର ୮ଟି ବ୍ଲକରୁ ବିଜେଡ଼ି ୮ଟି, ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡ଼ି ୯ଟି, ବିଜେପି ୨ ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଗୋଟିଏ ବ୍ଲକ ଦଖଲ କରିଛନ୍ତି।

 ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରୁ ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ୧୦ଟି, ବିଜେପି ସମର୍ଥୀତ ପ୍ରାର୍ଥୀ ଗୋଟିଏ ଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ୩ଟି ବ୍ଲକ ଦଖଲ କରିଛନ୍ତି। ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡି ୧୨, ଭଦ୍ରକର ସମସ୍ତ ୭ଟି ଯାକ ବ୍ଲକ ଅକ୍ତିଆର କରିଛି ବିଜେଡି। ବୌଦ୍ଧ ଜିଲ୍ଲାର ୩ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ଗୋଟିଏ ଏବଂ ୨ଟି ବ୍ଲକ ବିଜେପି ଦଖଲକୁ ଯାଇଛି। ହେଲେ ଝାରୁସୁଗୁଡ଼ା ଜିଲ୍ଲାର ୭ଟି ଏଥର ବିଜେଡି ଦଖଲକୁ ଆସିଛି । କଳାହାଣ୍ଡି ଜିଲ୍ଲାରେ  ବିଜେଡି ୧୧ଟି, ବିଜେପି ୨ଟି ବ୍ଲକ ଦଖଲ କରିଛି ।

 ଢେଙ୍କାନାଳରେ ବିଜେଡି ୬ଟି ଏବଂ ୨ଟି ବିଜେପି ସମର୍ଥୀତ ପ୍ରାର୍ଥୀ ଅକ୍ତିଆର କରିଛନ୍ତି। ଗଜପତିର ୭ଟି ବ୍ଲକରୁ ବିଜେଡି ୭ଟି ଯାକ ବ୍ଲକ ଅକ୍ତିଆାର କରିଛନ୍ତି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରୁ ବିଜେଡି ୨୧ଟି ବ୍ଲକ ଓ ବିଜେପି ଗୋଟିଏ ବ୍ଲକ ଦଖଲ କରିଛି ।

ଜଗତସିଂହପୁରରେ ବିଜେଡି ୮ଟି ଯାକ ବ୍ଲକ ଦଖଲ କରିନେଇଛି। ଯାଜପୁରରେ ୧୦ଟି ବ୍ଲକରୁ ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ସମସ୍ତ ୧୦ଟି ଯାକ ବ୍ଲକରେ ବିଜୟୀ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରୁ ବିଜେଡି ୧୧ଟି ବ୍ଲକ ଏବଂ କେବଳ ଗୋଟିଏ ବ୍ଲକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରୁ ବିଜେଡି ୨୫ଟି ଦଖଲ କରିଥିବାବେଳେ ଏଥର କେବଳ ଗୋଟିଏ ବ୍ଲକ ଅକ୍ତିଆର କରିପାରିଛି ବିଜେପି। ପ୍ରଦୀପ ମାଝୀଙ୍କ ଯୋଗଦାନ ବିଜେଡିକୁ ବେଶ ଫାଇଦା ଦେଇଛି, ଏଥର ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ଟି ଯାକ ବ୍ଲକ ଅକ୍ତିଆର କରିଛି ବିଜେଡି।

ନୟାଗଡ଼ ଜିଲ୍ଲାର ୭ଟି ବ୍ଲକ ଶାସକ ଦଳ ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକରୁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀମାନେ ୨ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୩ଟି ବ୍ଳକରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ପୁରୀ ଜିଲ୍ଲାରେ ୮ଟି ବ୍ଲକ ବିଜେଡି ଦଖଲ  କରିଥିବାବେଳେ କଂଗ୍ରେସ ୨ଟି ବ୍ଳକରେ ଓ ଗୋଟିଏ ବ୍ଲକରେ ବିଜେପି ବିଜୟ ହାସଲ କରିଛି ।

ସୁନ୍ଦରଗଡ଼ ଜିଲ୍ଲାର ବିଜେଡି ୧୧ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ଏବଂ ୩ଟି ବ୍ଲକରେ ସିପିଆଇ(ଏମ୍) ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକରୁ ବିଜେଡି ୭ଟି ବ୍ଲକ ଅକ୍ତିଆର କରିଥିବା ବେଳେ ୨ଟି ବ୍ଳକରେ ବିଜେପି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରୁ ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ୬ଟି ଯାକ ବ୍ଲକ ଅକ୍ତିଆର କରିଛନ୍ତି ।