କୃତ୍ରିମ ସୂର୍ୟ୍ୟ ପରେ ଚୀନ୍‌ ତିଆରି କରୁଛି କୃତ୍ରିମ ଚନ୍ଦ୍ର

କୃତ୍ରିମ ସୂର୍ୟ୍ୟ ପରେ ଚୀନ୍‌ ତିଆରି କରୁଛି କୃତ୍ରିମ ଚନ୍ଦ୍ର

କୃତ୍ରିମ ସୂର୍ୟ୍ୟ ପରେ ଚୀନ୍‌ ତିଆରି କରୁଛି କୃତ୍ରିମ ଚନ୍ଦ୍ର

ବେଜିଂ: କୃତ୍ରିମ ସୂର୍ୟ୍ୟ ପରେ ଏବେ କୃତ୍ରିମ ଚନ୍ଦ୍ର ତିଆରି କରୁଛି ଚୀନ। କୃତ୍ରିମ ଚନ୍ଦ୍ରର ଆକାର ଦୁଇ ଫୁଟ ଗୋଲେଇ ହେବ। ପଥର ଓ ଧୂଳିରେ ପ୍ରସ୍ତୁତ କରାଯିବ ଚନ୍ଦ୍ରପୃଷ୍ଠ। ଏହା ଦ୍ୱାରା ପୃଥିବୀରେ ଚନ୍ଦ୍ରପୃଷ୍ଠର ଅବିକଳ ପରିବେଶ ପ୍ରଦର୍ଶନ କରିବା ଉଦ୍ୟମ ହେଉଥିବା ଚୀନର ବିଶେଷଜ୍ଞମାନେ କହିଛନ୍ତି। 

ଚୀନର ପୂର୍ବାଞ୍ଚଳ ପ୍ରଦେଶ ଜିଆଙ୍ଗସୁ ଅନ୍ତର୍ଗତ ସୁଝୋଇ ସହରସ୍ଥିତ ଏକ ଗବେଷଣାଗାରରେ ଏହି ଚନ୍ଦ୍ର ନିର୍ମାଣ କରାଯାଇଛି ।

ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ମାଧ୍ୟକର୍ଷଣ ଶକ୍ତିକୁ ଉଭାନ କରିଦିଆଯାଇଥିବା ଚାଇନା ୟୁନିଭର୍ସିଟି ଅଫ ମାଇନିଂ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକ ଲି ରୁଇଲିନ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଏହାର ପ୍ରଭାବ ସମ୍ପର୍କରେ ଏବେ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି । ରୁଷିଆ ଜନ୍ମିତ ନୋବୋଲ ପୁରସ୍କାର ବିଜୟୀ ପଦାର୍ଥ ବିଜ୍ଞାନୀ ଆଣ୍ଡ୍ରେ ଜିମଙ୍କ ଗବେଷଣା ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଦଳ କୃତ୍ରିମ ଚନ୍ଦ୍ର ନିର୍ମାଣ ଅଭିଯାନ ଚଳାଇଥିବା କହିଛନ୍ତି ରୁଇଲିନ ।