ବିଜେପି ଉତ୍ତରପ୍ରଦେଶରେ ପୁଣି ସରକାର କରିବ: ଅପର୍ଣ୍ଣା ଯାଦବ

ବିଜେପି ଉତ୍ତରପ୍ରଦେଶରେ ପୁଣି ସରକାର କରିବ: ଅପର୍ଣ୍ଣା ଯାଦବ

ବିଜେପି ଉତ୍ତରପ୍ରଦେଶରେ ପୁଣି ସରକାର କରିବ: ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ମୁଲାୟମ ସିଂହଙ୍କ ବୋହୂ ତଥା ଅଖିଳେଶଙ୍କ ଭାଇବୋହୂ ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ  ମନରେ ପରିବାରଠାରୁ ଉପରେ ରାଷ୍ଟ ଆଗରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ୟ୍ୟଧାରାରେ ସେ ପ୍ରଭାବିତ ବୋଲି କହିବା ସହିତ ଗତ ପାଞ୍ଚ ବର୍ଷ ଧରି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ଚାଲିଥିବା ସୁଶାସନ ପ୍ରଦେଶରେ ଜାରି ରହିବ ବୋଲି ସେ କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ବିଜେପି ପୁଣି ସରକାର କରିବ ବୋଲି ଅପର୍ଣ୍ଣା ଦୃଢ଼ତାର ସହିତ କହିଛନ୍ତି। ଅପର୍ଣ୍ଣା ଗତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟ୍‌ରେ ଲକ୍ଷ୍ନୌ କେଣ୍ଟ୍‌ରୁ ରୀତା ବୋହୁଗୁଣାଙ୍କଠାରୁ ହାରିଥିଲେ। ତେବେ ଏଥର ସେ ଉକ୍ତ ଆସନରୁ ଲଢ଼ିବେ ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ପାର୍ଟି ତାଙ୍କୁ ଯେଉଁଠାରୁ ଏବଂ ଯେଉଁ ଦାୟିତ୍ବ ଦେବ ସେ ସେହି ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି। ଆଜି ପାର୍ଟିରେ ଯୋଗ ଦେବା ପରେ ଅପର୍ଣ୍ଣା ପାର୍ଟି ମୁଖ୍ୟାଳୟରେ ସଭାପତି ଜଗତପ୍ରସାଦ ନଡ୍ଡାଙ୍କୁ ଭେଟିଥିଲେ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଓ ରାଜ୍ୟ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି। ଏହାଦ୍ବାରା ବିଜେପି ଏକ ନୂଆ ଚାଲ୍‌ ଖେଳାଇଛି ବୋଲି ଚର୍ଚ୍ଚା ହେଉଛି।