କାହିଁକି କରନ୍ତି ‘କିସ’, ଜାଣନ୍ତୁ କିଛି ଅଜଣା ଓ ବୈଜ୍ଞାନିକ ତତ୍ୱର କଥା

କାହିଁକି କରନ୍ତି ‘କିସ’, ଜାଣନ୍ତୁ କିଛି ଅଜଣା ଓ ବୈଜ୍ଞାନିକ ତତ୍ୱର କଥା

କାହିଁକି କରନ୍ତି ‘କିସ’, ଜାଣନ୍ତୁ କିଛି ଅଜଣା ଓ ବୈଜ୍ଞାନିକ ତତ୍ୱର କଥା
କିଏ ଚୁମ୍ବନ ବା କିସକୁ ଶ୍ଲୀଳରେ ଗ୍ରହଣ କରେ ତ ଆଉ କିଏ ଭାବେ ଅଶ୍ଳୀଳ । କିନ୍ତୁ ଚୁମ୍ବନର ଅନେକ ଦିଗ ରହିଛି । ଏହାର ଅନେକ ବୈଜ୍ଞାନିକ ତତ୍ୱ ବି ରହିଛି । ଜଣେ ପ୍ରଥମେ କାହାକୁ ଚୁମ୍ବନ କଲେ ଆମ ଶରୀରରେ ଥିବା ଡୋପାମାଇନ ନାମକ ଜୈବିକ ରସାୟନ ତତ୍ୱର ସ୍ଫୁରଣ ଘଟିଥାଏ । ଏହା ଜଣଙ୍କର ଏନର୍ଜି ସ୍ତରକୁ ବୃଦ୍ଧି କରିବା ସହ ପ୍ରେମକୁ ପ୍ରଗାଢ଼ କରିଥାଏ । ଜଣଙ୍କୁ କିସ କରିବା ବେଳେ ହୃତ ସ୍ପନ୍ଦନ ବୃଦ୍ଧି ପାଇଥାଏ, ଯାହାଫଳରେ ମସ୍ତିଷ୍କକୁ ଅଧିକ ଅମ୍ଲଜାନ ଯାଇଥାଏ । ସେହିପରି କିସ କରିବା ବେଳେ ମସ୍ତିଷ୍କରୁ ଆଡ୍ରେନାଲିନ, ଏପିନେଫ୍ରିନ ଓ ନୋରେପିନେଫ୍ରିନ ହରମୋନ ବାହାରୁଥିବା ଗ୍ଲାଣ୍ଡକୁ ସିଗନାଲ ଯାଇଥାଏ । ଯାହାଦ୍ୱାରାକି ମସ୍ତିଷ୍କକୁ ରକ୍ତ ପ୍ରବାହ ଅଧିକ ହୋଇଥାଏ । କିସ କରିବା ବେଳେ ମଣିଷ ଶରୀରର ୧୧୨ ପୋଷ୍ଟୁରାଲ ମସଲ ଓ ୩୪ଟି ଫେସିଆଲ ମସଲ ସକ୍ରିୟ ହୋଇଯାଇଥାଏ । ଯାହାକି ୱାର୍କଆଉଟ ବା ଏକ୍ସରସାଇଜ ଭଳି ବି କାର୍ଯ୍ୟ କରିଥାଏ । ଓଠକୁ ଓଠ ଚାପି କିସ କରିବା ଓ ପାଟି ଭିତରେ ଜିଭ ବୁଲାଇବା ଦ୍ୱାରା ଦାନ୍ତ ନଷ୍ଟରୁ ବି ସୁରକ୍ଷା ମିଳିଥାଏ । ଏହି ସମୟରେ ପାଟିରୁ ବାହାରୁଥିବା ସାଲାଇଭା ପାଟି ଭିତରେ ଓ ଦାନ୍ତରେ ଲାଖି ରହିଥିବା ଖାଦ୍ୟ ଅଂଶକୁ ବାହାର କରାଯାଇଥାଏ । କେତେକ ବିଶେଷଜ୍ଞଙ୍କ ମତରେ ଏହା ଦାନ୍ତର ଏନାମେଲକୁ ସୁରକ୍ଷିତ କରି ରଖିଥାଏ । କିସ କରିବା ଦ୍ୱାରା ନର୍ଭ ବା ସ୍ନାୟୂ ମଧ୍ୟ ସକ୍ରିୟ ହୋଇଥାଏ । କିସ ବେଳେ ଆଖି ଆପେ ଆପେ ବନ୍ଦ ହୋଇଯାଇଥାଏ । ପିଲାମାନଙ୍କୁ ଚୁମା ଦେଲେ ବାପାମା’ଙ୍କ ସହ ସମ୍ପର୍କ ନିବିଡ଼ ହୋଇଯାଏ । କିସ କରିବା ବେଳେ ଶରୀରରୁ ‘ଲଭ ହରମୋନ’ ପ୍ରବାହ ହୋଇଥାଏ । ତେବେ ଦୀର୍ଘ ବର୍ଷ ଧରି ସମ୍ପର୍କରେ ଥିଲେ ଡୋପାମାଇନ ସ୍ତର ଧିରେଧିରେ ହ୍ରାସ ପାଇଯାଏ । ସବୁଠାରୁ ବଡ଼ କଥା ହେଉଛି ଚୁମ୍ବନ ପାଇଁ ଅକ୍ସିଟୋନିକ ସ୍ତର ବଢ଼ୁଥିବାରୁ ପ୍ରେମବି ପ୍ରଗାଢ଼ ହୋଇଥାଏ । ଦେହରେ ଥିବା ୧୨ଟି କ୍ରାନିଆଲ ନର୍ଭ ମଧ୍ୟରୁ କିସ ପାଇଁ ୫ଟି ସକ୍ରିୟ ହୋଇଯାଏ । ଏହି କ୍ରାନିଆଲ ସ୍ନାୟୂ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ପାଇଁ ସିଗନାଲ ଦେଇଥାଏ । ୧ ମିନିଟ ଚୁମ୍ବନ ଦେଲେ ୨ରୁ ୩ କ୍ୟାଲୋରୀ ଶକ୍ତି କ୍ଷୟ ହୋଇଥାଏ । ଏହାଛଡ଼ା ମେଟାବୋଲିକ ହାର ବି ବୃଦ୍ଧି କରିଥାଏ । ଲିପଲକ କିସ ବେଳେ ଉଭୟଙ୍କ ପାଟି ଭିତରକୁ ୩୦୦ ପ୍ରକାର ବ୍ୟାକ୍ଟେରିଆ ଯାଇଥାଏ । ଏହି ଜୀବନ୍ତ ବ୍ୟାକ୍ଟେରିଆ ଉଭୟ ପାର୍ଟନରଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୀର୍ଘ ଦିନ ଧରି ସମ୍ପର୍କରେ ରହିବା ସହ କିସ କଲେ ୮୦ ନିୟୂତ ମାଇକ୍ରୋବସ ପ୍ରବେଶ କରିଥାଏ । ଫଳରେ ଉଭୟ ପାର୍ଟନରଙ୍କ ଶରୀରରେ ଏକ କିସମର ମାଇକ୍ରୋବ ବିକଶିତ ହୋଇଥାଏ । ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ପ୍ରଥମ ନନ ରୋମାଂଟିକ କିସ ଉପରେ ଚର୍ଚ୍ଚା ହୋଇଥିଲା । ଦୁଇ ପ୍ରେମିକ ପ୍ରେମିକା ପରସ୍ପର ମଧ୍ୟରେ ୫୮ ଘଂଟା ୩୫ ମିନିଟ ଓ ୫୮ ସେକେଣ୍ଡ କିସ କରି ବିଶ୍ୱ ରେକଡର଼୍ ସୃଷ୍ଟି କରିଛନ୍ତି । ଏହି କପୁଲଙ୍କ ନାମ ହେଉଛି ଏକଚାଇ ଟିରାନରାଟ ଓ ଲାକସନ ଟିରାନରାଟ ।