ସୁନ୍ଦରତା ବଜାୟ ରଖିବା ପାଇଁ ରାତିରେ ତ୍ୱଚାରେ ଲଗାନ୍ତୁ ଏହି ୩ଟି ଜିନିଷ

ସୁନ୍ଦରତା ବଜାୟ ରଖିବା ପାଇଁ ରାତିରେ ତ୍ୱଚାରେ ଲଗାନ୍ତୁ ଏହି ୩ଟି ଜିନିଷ

ସୁନ୍ଦରତା ବଜାୟ ରଖିବା ପାଇଁ ରାତିରେ ତ୍ୱଚାରେ ଲଗାନ୍ତୁ ଏହି ୩ଟି ଜିନିଷ
ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ସଭିଏଁ ବହୁ ଉପାୟ ଆପଣେଇ ଥାଆନ୍ତି। ଏହାଛଡ଼ା ଅଧିକାଂଶ ସମୟ ଅଭାବ କାରଣରୁ ତ୍ୱଚା ଉପରେ ଅଧିକ ଧ୍ୟାନ ମଧ୍ୟ ଦେଇ ପାରି ନଥାଆନ୍ତି। ମାତ୍ର ଏପରି କେତେକ ଉପାୟ ରହିଛି ଯାହାକୁ ଆପଣେଇ ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବା। ଜାଣନ୍ତୁ ନଡ଼ିଆ ତେଲ ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ତେଲିଆ ନୁହେଁ ତେବେ ନିୟମିତ ନଡ଼ିଆ ତେଲର ମୁହଁରେ ମାଲିସ କରନ୍ତୁ। ରାତିରେ ଶୋଇବା ସମୟରେ ତୁଳାର ବ୍ୟବହାର କରି ମୁହଁରେ ଲଗାନ୍ତୁ। ସକାଳେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ। ଗ୍ରୀନ ଟି ପ୍ୟାକ୍‍ – ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ଏଲୋବେରା ଜେଲ୍‍ – ରାତିରେ ଶୋଇବା ସମୟରେ ମୁହଁକୁ ଭଲ ଭାବେ ଧୋଇ ପୋଛିବା ପରେ ଏଲୋବେରା ଜେଲ୍‍ ଲଗାନ୍ତୁ। ଏହାପରେ ସକାଳେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ମୁହଁର ସମସ୍ତ ଦାଗ ଦୂର ହେବା ସହ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।