କାଲିଠୁ ଲିଙ୍ଗରାଜ ଦର୍ଶନ

କାଲିଠୁ ଲିଙ୍ଗରାଜ ଦର୍ଶନ

କାଲିଠୁ ଲିଙ୍ଗରାଜ ଦର୍ଶନ


ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଆସନ୍ତାକାଲିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଲିଙ୍ଗରାଜ। କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ସମସ୍ତ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଭକ୍ତମାନେ ଦର୍ଶନ କରିପାରେିବେ। ଏଥିପାଇଁ ବିଏମସି ପକ୍ଷରୁ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ଦୁଇ ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଦର୍ଶନାର୍ଥୀମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ପ୍ରତ୍ୟେକ ଦର୍ଶନାର୍ଥୀ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ। ଶ୍ରୀଜୀଉଙ୍କ ଗର୍ଭଗୃହକୁ ଯାଇ ଦର୍ଶନ କରିବା ନିଷେଧ କରାଯାଇଛି। ମନ୍ଦିର ଭିତରକୁ ଥରକେ ଅତି ବେଶିରେ ଶହେ ଜଣ ଭକ୍ତ ପ୍ରବେଶ କରିବେ ଓ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଭକ୍ତମାନଙ୍କଠାରୁ ସେବାୟତମାନେ କୌଣସି ପ୍ରକାର ଭୋଗ ଗ୍ରହଣ କରିପାରିବେ ନାହିଁ। ବିଏମସି ଦ୍ୱାରା ତିଆରି କରାଯାଇଥିବା ବ୍ୟାରିକେଡ ଭିତରେ ଧାଡ଼ିରେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରକ୍ଷା କରି ଯିବେ । ସେବାୟତ କିମ୍ବା ଶ୍ରଦ୍ଧାଳୁ କାହାଠାରେ ବି ଥଣ୍ଡା ଓ କାଶର ଲକ୍ଷଣ ଥିଲେ, ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କର ମନ୍ଦିର ସିଂହଦ୍ୱାରରେ ର୍ଥମାଲ ସ୍କ୍ରିଂନି କରାଯିବ। ସେହିପରି ସାଂଘାତିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାମାନଙ୍କର ପ୍ରବେଶ ନିଷେଧ କରାଯାଇଅଛି। ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ୨ୟ ଟିକା ନେଇଥିବା ପ୍ରମାଣପତ୍ରଧାରୀ ସେବାୟତମାନଙ୍କୁ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ। ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଭକ୍ତମାନଙ୍କର ହାତ ଧୁଆ ଓ ହାତ ସାନିଟାଇଜ କରିବାର ବ୍ୟବସ୍ଥା କରାଯିବ। ମନ୍ଦିର ପରିସରରେ ପାନ, ଗୁଟଖା ଛେପ ପକାଇବା ନିଷେଧ କରାଯାଇଛି। ମନ୍ଦିର ମଧ୍ୟରେ କୌଣସି ସ୍ଥାନରେ ୨୫ ଜଣରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ।