କାର୍‌ ଉପରେ ଚଢ଼ିଗଲା ହାଇୱା, ଚାଳକ ମୃତ

କାର୍‌ ଉପରେ ଚଢ଼ିଗଲା ହାଇୱା, ଚାଳକ ମୃତ

କାର୍‌ ଉପରେ ଚଢ଼ିଗଲା ହାଇୱା, ଚାଳକ ମୃତ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରସ୍ଥ ପଳାଶୁଣି ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଉ ଏଥିରେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ପଳାଶୁଣି ବସ  ଷ୍ଟପେଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ କାର ଉପରେ ହାଇୱା ଚଢିଯିବାରୁ କାର ଚାଳକଙ୍କ ମୃତୁ୍ୟ ହୋଇଛି । 

ହାଇୱାଟି କାର ଉପରେ ଚଢିଯିବାରୁ କାର ଭିତରେ ଚାଳକ ଜଣକ ଚାପି ହୋଇ ମୃତୁ୍ୟବରଣ କରିଥିବା ଜଣାଯାଇଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ ।  ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏଥିସହ ପୁଲିସ ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।