କଲମ୍ବିଆରେ ଅଧିକ ସଂକ୍ରମିତ କରୁଛି ନୂଆ କରୋନା ଭୂତାଣୁ
କଲମ୍ବିଆରେ ଅଧିକ ସଂକ୍ରମିତ କରୁଛି ନୂଆ କରୋନା ଭୂତାଣୁ
ଭୁବନେଶ୍ୱର : କଲମ୍ବିଆରେ ଅଧିକ ସଂକ୍ରମିତ କରୁଛି କରୋନାର ନୂଆ ଭୂତାଣୁ। ଏହା ଜାନୁଆରିରୁ ଚିହ୍ନଟ ହୋଇଛି। କଲମ୍ବିଆରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୯ ପ୍ରତିଶତ ଏହି ନୂଆ ଭୂତାଣୁ ଦ୍ୱାରା ସଂକ୍ରମିତ। ଇକ୍ୱେଡରରେ ମଧ୍ୟ ବହୁ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେବେ ସମଗ୍ର ବିଶ୍ୱରେ ଏହି ନୂଆ ଭୂତାଣୁ ପ୍ରାଦୁର୍ଭାବ ମାତ୍ର ୦.୧ ପ୍ରତିଶତ ରହିଛି ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ଡାକ୍ତର ମହାନ୍ତିଙ୍କ ସୂଚନା ହେଲା, ଅଗଷ୍ଟ ୩୦ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାକୁ ‘ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ’ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ‘ଭାରିଆଣ୍ଟ ଅଫ କନସନ’ ବୋଲି ହୁ କହିନି । ଏହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ଏହାର ସଂକ୍ରମଣ କ୍ଷମତା ବଢ଼ିପାରେ ଓ ଅଧିକ ଗୁରୁତର କରିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ । ଏହା ଉପରେ ଆହୁରି ଅନୁଧ୍ୟାନ ଆବଶ୍ୟକ ବୋଲି ‘ହୁ’ କହିଥିବା ଡାକ୍ତର ମହାନ୍ତି କହିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଗୋଟିଏ ହେଲା ଆଚରଣ ବିଧି ଓ ଅନ୍ୟଟି ହେଲା ଆଚରଣ ପାଳନ । ସରକାର ଲୋକଙ୍କ ସୁବିଧା ପାଇଁ ବିଧିକୁ କୋହଳ କଲେ । କିନ୍ତୁ ଲୋକେ ଆଚରଣ ବିଧିକୁ ମାନୁନାହାନ୍ତି । କଟକ ଓ ଭୁବନେଶ୍ୱରରେ ଅଧିକ ଜନଗହଳି ହେଉଛି । ବାସ୍ତବ ଦୃଷ୍ଟିରୁ ସାମାଜିକ ଦୂରତା ପାଳନ କରାଯାଉ ନାହିଁ ।