କର୍ତ୍ତବ୍ୟରେ ଅବହେଳା କଲେ ଦଣ୍ଡ ପାଇବେ ପୋଲିସ, ମହିଳାଙ୍କ ସୁରକ୍ଷାକୁ ଫୋକସ

କର୍ତ୍ତବ୍ୟରେ ଅବହେଳା କଲେ ଦଣ୍ଡ ପାଇବେ ପୋଲିସ, ମହିଳାଙ୍କ ସୁରକ୍ଷାକୁ ଫୋକସ

କର୍ତ୍ତବ୍ୟରେ ଅବହେଳା କଲେ ଦଣ୍ଡ ପାଇବେ ପୋଲିସ, ମହିଳାଙ୍କ ସୁରକ୍ଷାକୁ ଫୋକସ
ଭୁବନେଶ୍ୱର: ରାଜ୍ୟ ନୁହେଁ, ସାରା ଦେଶରେ ଏବେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି ହୋଇଛି । ମହିଳା ଓ ବାଳିକାମାନଙ୍କ ପ୍ରତି ସବୁଠି ବଢିଚାଲିଛି ନିର୍ୟାତନା । କେଉଁଠି ଦୁଷର୍ମ ତ କେଉଁଠି ଅପହରଣ । କେଉଁଠି କମେଣ୍ଟ ତ କେଉଁଠି ଅଶ୍ଳୀଳ ଇଙ୍ଗିତ । ସବୁ ଦିନ ଏଭଳି ଘଟଣାମାନ ଘଟିଚାଲିଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ସ୍ୱରାଷ୍ଟ୍ର ସଚିବ ଚିଠି କରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ସ୍ୱରାଷ୍ଟ୍ର ସଚିବ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା ଓ ବାଳିମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରଥମିକତା । ଏନେଇ ସରକାର ଆଇନରେ କୋଠର ଦଣ୍ଡର ବ୍ୟବସ୍ଥା କରିଛନ୍ତି । ପୁଲିସକୁ ଅଧିକ ସକ୍ରିୟ ହୋଇ କାମ କରିବାକୁ କ୍ଷମତା ଦିଆଯାଇଛି । ଏ ଦିଗରେ ପୁଲିସ ନିଜର କର୍ତ୍ତବ୍ୟ ଠିକ ଢଙ୍ଗରେ କରିବା ଉଚିତ । ତେବେ ଯଦି କେହି ପୁଲିସ କର୍ମଚାରୀ ନାରୀ ସୁରକ୍ଷାରେ କ୍ଷିଲାପ କରନ୍ତି ତେବେ ସେମାନେ ଦଣ୍ଡିତ ହେବେ ବୋଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ସ୍ୱରାଷ୍ଟ୍ର ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।